ମୋଦି ହଟାଅ ଅଭିଯାନ: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଟିଏମ୍‌ସି ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାବାକୁ କଂଗ୍ରେସ ସବୁ କିଛି ପ୍ରସ୍ତୁତ। ମୋଦି ଭୟ ଏପରି ଘାରିଛି ଯେ, ରାଜ୍ୟସଭାରେ ଅଧିକ ସଦସ୍ୟ ଥିଲେ ବି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରୟ ପ୍ରାର୍ଥୀ ହେଲେ କଂଗ୍ରେସ ସମର୍ଥନ କରିବ ବୋଳି ସଙ୍କେତ ମିଳିବାରେ ଲାଗିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରାଜ୍ୟସଭାରେ କଂଗ୍ରେସର ଅଧିକ ସଂଖ୍ୟକ ସାଂସଦ ଥିବା ସତ୍ତ୍ୱେ ସବୁ ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟରେ […]

bjp

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 10:12 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାବାକୁ କଂଗ୍ରେସ ସବୁ କିଛି ପ୍ରସ୍ତୁତ। ମୋଦି ଭୟ ଏପରି ଘାରିଛି ଯେ, ରାଜ୍ୟସଭାରେ ଅଧିକ ସଦସ୍ୟ ଥିଲେ ବି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରୟ ପ୍ରାର୍ଥୀ ହେଲେ କଂଗ୍ରେସ ସମର୍ଥନ କରିବ ବୋଳି ସଙ୍କେତ ମିଳିବାରେ ଲାଗିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରାଜ୍ୟସଭାରେ କଂଗ୍ରେସର ଅଧିକ ସଂଖ୍ୟକ ସାଂସଦ ଥିବା ସତ୍ତ୍ୱେ ସବୁ ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏ ପର୍ଯ୍ୟନ୍ତ ସ୍ପଷ୍ଟ ସଂକେତ ମିଳି ନଥିଲେ ମଧ୍ୟ ଟିଏମ୍‌ସିକୁ ବିଜେଡି ଓ ଟିଆରସି ମଧ୍ୟ ସମର୍ଥନ କରିପାରନ୍ତି। ୨୦୧୯ ନିର୍ବାଚନ ଆଗରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। କାରଣ ଏହି ନିର୍ବାଚନରେ ସବୁ ବିରୋଧୀ ଏକଜୁଟ ହୋଇପାରିବେ କି ନାହିଁ, ତାହା ଦେଖିବାର କଥା।

ରାଜ୍ୟସଭାରେ ଏବେ କଂଗ୍ରେସର ୫୧ ଜଣ ସଭ୍ୟ ଅଛନ୍ତି। ସ୍ୱାଭାବିକ ଭାବେ ବିରୋଧୀ ପକ୍ଷରୁ କଂଗ୍ରେସ ପ୍ରାର୍ଥୀ ଦେବା କଥା। ଏହି ଦଳ ଚାହୁଁଛି, କୌଣସି ପରିସ୍ଥିତିରେ ବିଜେପିକୁ ଏହି ପଦ ନମିଳୁ। ତେଣୁ ଟିଏମ୍‌ସିର ପ୍ରାର୍ଥୀକୁ କଂଗ୍ରେସ ସମର୍ଥନ କରିପାରେ। କଂଗ୍ରେସର ପି.ଜେ. କୁରିଏନ୍ ଗତ ୬ ବର୍ଷ ଧରି ରାଜ୍ୟସଭାର ଉପାଧ୍ୟକ୍ଷ ଥିଲେ। ଆସନ୍ତା ମୌସୁମୀ ଅଧିବେଶନରେ ଏହି ପଦ ପାଇଁ ନିର୍ବାଚନ ହୋଇପାରେ।

Related story