କଂଗ୍ରେସର ଅଭିଯୋଗ: ନିର୍ବାଚନ ପ୍ରଚାର ପାଇଁ ଚୀନ୍‌ରୁ ସାମଗ୍ରୀ ଆଣୁଛି ବିଜେପି

ଅହମ୍ମଦାବାଦ: ଗୁଜରାଟରେ ନିର୍ବାଚନ ପ୍ରଚାର ପାଇଁ ଚୀନ୍‌ରୁ ସାମଗ୍ରୀ ଆଣୁଛି ବିଜେପି।  ଏହି ଅଭିଯୋଗ କରିଛନ୍ତି ଗୁଜରାଟର କଂଗ୍ରେସ ନେତା ଶକ୍ତି ସିଂହ ଗୋହେଲ। ସେ ଟ୍ୱିଟ୍ କରି ଏହି ଅଭିଯୋଗ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ ଏକ କଷ୍ଟମ୍ ବିଲ୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି। ଶକ୍ତି ସିଂହ କହିଛନ୍ତି,“ବିଜେପି ବିଭିନ୍ନ ନିର୍ବାଚନ ସାମଗ୍ରୀ ଯେପରିକି ବଡ଼ ବଡ଼ ବ୍ୟାନର ଚୀନରୁ ମଗାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ବିଜୟ ରୁପାଣୀ ଓ […]

shaktisinh

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 12:03 PM IST

ଅହମ୍ମଦାବାଦ: ଗୁଜରାଟରେ ନିର୍ବାଚନ ପ୍ରଚାର ପାଇଁ ଚୀନ୍‌ରୁ ସାମଗ୍ରୀ ଆଣୁଛି ବିଜେପି।  ଏହି ଅଭିଯୋଗ କରିଛନ୍ତି ଗୁଜରାଟର କଂଗ୍ରେସ ନେତା ଶକ୍ତି ସିଂହ ଗୋହେଲ। ସେ ଟ୍ୱିଟ୍ କରି ଏହି ଅଭିଯୋଗ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ ଏକ କଷ୍ଟମ୍ ବିଲ୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି।

ଶକ୍ତି ସିଂହ କହିଛନ୍ତି,“ବିଜେପି ବିଭିନ୍ନ ନିର୍ବାଚନ ସାମଗ୍ରୀ ଯେପରିକି ବଡ଼ ବଡ଼ ବ୍ୟାନର ଚୀନରୁ ମଗାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ବିଜୟ ରୁପାଣୀ ଓ ଜିତୁ ୱାଧାନୀଙ୍କ ଫଟୋ ରହିଛି। ଏହାସହିତ ବିଜେପିର ନିର୍ବାଚନ ଚିହ୍ନ ଥିବା ଚଷମା, ବେଜ୍ ଓ ହେୟାରପିନ୍ ପରି କେତେକ ଜିନିଷ ରହିଛି। ଏହି ସବୁ ସାମଗ୍ରୀ ପାଇଁ କଷ୍ଟମ ଡ୍ୟୁଟି ବାବଦକୁ ୯୪ ଲକ୍ଷ ଟଙ୍କା ଦିଆଯାଇଛି।”

ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି,“ସବୁ ଦଳ ନିଜ ଇଚ୍ଛା ଅନୁସାରେ ନିର୍ବାଚନ ପ୍ରଚାର ପାଇଁ ସାମଗ୍ରୀ କିଣି ପାରିବେ। ତେବେ ଚୀନରୁ କାହିଁକି? ଭାରତରୁ କାହିଁକି ନୁହେଁ। ମେଡ୍ ଇଣ୍ଡିଆ କାହିଁକି ନୁହେଁ? ବିଜେପିର ଅସଲ ଚେହେରା ପଦାରେ ପଡ଼ିଯାଇଛି।”

Related story