ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ସଭାପତି ସୁଶ୍ରୀ ମାୟାବତୀ ଆଜି ଟୁଇଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶରେ ବଢ଼ୁଥିବା ସାମ୍ପ୍ରଦାୟିକ ଶକ୍ତି ପାଇଁ କଂଗ୍ରେସ ଦାୟୀ ବୋଲି ମାୟାବତୀ କହିଛନ୍ତି। କଂଗ୍ରେସ ଏହି ସାମ୍ପ୍ରଦାୟିକ ଶକ୍ତିକୁ ଦୁର୍ବଳ କରିବା ପରିବର୍ତ୍ତେ ତା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଶକ୍ତିଙ୍କୁ ଦୁର୍ବଳ କରୁଛି। ପରିଣାମ ସ୍ୱରୂପ ସାମ୍ପ୍ରଦାୟିକ ଶକ୍ତି ଆହୁରି ଶକ୍ତିଶାଳୀ ହେଉଛି ବୋଲି ମାୟାବତୀ କହିଛନ୍ତି। ତେଣୁ ଦେଶବାସୀ ସାବଧାନ ରହିବା ଦରକାର ବୋଲି ମାୟାବତୀ କହିଛନ୍ତି।
कांग्रेस पार्टी की दोग़ली नीति की वजह से ही देश में ’‘साम्प्रदायिक ताकतें’’ मजबूत हो रही है, क्योंकि कांग्रेस पार्टी साम्प्रदायिक ताकतों को कमजोर करने के बजाय, इसके विरूद्ध आवाज उठाने वाली ताकतों को ही ज्यादातर कमजोर करने में लगी है। जनता सावधान रहे।
— Mayawati (@Mayawati) September 18, 2019
ସୂଚନାଯୋଗ୍ୟ, ଗତକାଲି ମଧ୍ୟ ମାୟାବତୀ କଂଗ୍ରେସ ଉପରେ ବର୍ଷିଥିଲେ। ରାଜସ୍ଥାନରେ ବିଏସପିର ୬ ବିଧାୟକ କଂଗ୍ରେସରେ ମିଶିବା ପରେ ମାୟାବତୀ ଏବେ କଂଗ୍ରେସ ବିରୋଧରେ ବିଷ ଓଗାଳିବା ଆରମ୍ଭ କରିଛନ୍ତି।