ହରିଆଣାରେ ରାଜନୀତିକ ହଲଚଲ, ସରକାର ଗଢ଼ିବା ନେଇ କଂଗ୍ରେସ ଥିଙ୍କ୍ ଟ୍ୟାଙ୍କ୍ ଟିମ୍‌ର ବୈଠକ

ଦିଲ୍ଲୀରେ ଆଜି କଂଗ୍ରେସର ଥିଙ୍କ ଟ୍ୟାଙ୍କର ଟିମର ପ୍ରଥମ ବୈଠକ ଭୂପେନ୍ଦ୍ର ସିଂହ ହୁଡ୍ଡା ସୋନିଆ ଗାନ୍ଧିଙ୍କ ସହ କରିବେ ଆଲୋଚନା ନୂଆଦିଲ୍ଲୀ: ହରିଆଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବାହାରି ସାରିଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା ପୁଣି ଥରେ ସରକାର ଗଢ଼ିବା ଏକ ପ୍ରକାର ଥୟ। ତେବେ ହରିଆଣାରେ ଝୁଲା ବିଧାନସଭା ହୋଇଥିବାରୁ ସରକାର ଗଠନ କରିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ଆରମ୍ଭ କରିଛନ୍ତି ପ୍ରୟାସ। ନିକଟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି […]

congress office

Subhransu Sekhar
  • Published: Friday, 25 October 2019
  • , Updated: 25 October 2019, 10:40 AM IST
  • ଦିଲ୍ଲୀରେ ଆଜି କଂଗ୍ରେସର ଥିଙ୍କ ଟ୍ୟାଙ୍କର ଟିମର ପ୍ରଥମ ବୈଠକ
  • ଭୂପେନ୍ଦ୍ର ସିଂହ ହୁଡ୍ଡା ସୋନିଆ ଗାନ୍ଧିଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ହରିଆଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବାହାରି ସାରିଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା ପୁଣି ଥରେ ସରକାର ଗଢ଼ିବା ଏକ ପ୍ରକାର ଥୟ। ତେବେ ହରିଆଣାରେ ଝୁଲା ବିଧାନସଭା ହୋଇଥିବାରୁ ସରକାର ଗଠନ କରିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ଆରମ୍ଭ କରିଛନ୍ତି ପ୍ରୟାସ।

ନିକଟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ବିଭିନ୍ନ ପ୍ରସଙ୍ଗରେ ଦଳର ନିଷ୍ପତ୍ତି ସ୍ଥିର କରିବା ପାଇଁ ୨୧ ଜଣିଆ ଥିଙ୍କ ଟ୍ୟାଙ୍କ ଟିମ୍ ଗଠନ କରିଥିଲେ। ଆଜି ଏହାର ପ୍ରଥମ ବୈଠକ ରହିଛି। ଏହି ଅବସରରେ ଏହି ୨୧ ଜଣିଆ ଥିଙ୍କ ଟ୍ୟାଙ୍କ ଟିମ୍ ପାଇଁ ହରିଆଣାରେ କ୍ଷମତାକୁ ଫେରିବା ବଡ଼ ଚ୍ୟାଲେଞ୍ଜ ରହିବ। ସକାଳ ୧୦ଟା ୩୦ ସମୟରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ହରିଆଣା ବିଧାନସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେଉଥିବା ଭୂପେନ୍ଦ୍ର ସିଂହ ହୁଡ୍ଡା ମଧ୍ୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ହରିଆଣାରେ ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୧ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୪୬ଟି ଆସନର ଆବଶ୍ୟକ ରହିଛି। ବିଜେପିକୁ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ତେଣୁ ଆଉ ୪ଜଣ ବିଧାୟକଙ୍କ ସମର୍ଥନ ପାଇଁ ବିଜେପି ପ୍ରୟାସ କରୁଛି। ହେଲେ କଂଗ୍ରେସ ସରକାର ଗଢ଼ିବା ପାଇଁ ୧୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଯାହାକି ଯୋଗାଡ଼ କରିବା କଷ୍ଟକର। ଜେଜେପି ମେଣ୍ଟ କରିବା ପାଇଁ ରାଜି ହୋଇଛି। ହେଲେ ଜେଜେପିର ମୁଖ୍ୟ ଦୁଶ୍ୟନ୍ତ ଚୌଟାଲା ମୁଖ୍ୟମନ୍ତ୍ରୀ ପଦବୀ ମାଗିବାରୁ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ପଦବୀ ଦେବା ପାଇଁ ରାଜି ହୋଇଛି।

ପ୍ରଥମେ ଫଳାଫଳ ବାହାରିବା ପରେ ହରିଆଣାରେ କଂଗ୍ରେସ ‘କର୍ଣ୍ଣାଟକ ମଡେଲ’ ବ୍ୟବହାର କରିବ ବୋଲି ଜଣାପଡ଼ୁଥିଲା। ହେଲେ ‘କର୍ଣ୍ଣାଟକ ମଡେଲ’ କିଛି ଦିନ ପାଇଁ ସଫଳ ହୋଇଥିବାରୁ ଆଉ ଥରେ ଏହି ମଡେଲକୁ ହରିଆଣାରେ ଲାଗୁ କରିବା ପାଇଁ କଂଗ୍ରେସ ଚିନ୍ତା କରୁନଥିବା ଜଣାପଡ଼ିଛି।

ଅନ୍ୟପଟେ ବିଜେପି ଏଠି ସରକାର ଗଢ଼ିବ ବୋଲି ଜଣାପଡ଼ୁଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ ଶାହ ଭୋଟରଙ୍କୁ ଧନ୍ୟବାଦ ଦେବାବେଳେ ସରକାର ଗଢ଼ିବା ନେଇ ଇଙ୍ଗିତ କରିସାରିଛନ୍ତି।

Related story