କଂଗ୍ରେସକୁ ଗୁଲାମଙ୍କ ବାଣ: ଦଳରେ ନିର୍ବାଚନ ନ ହେଲେ ୫୦ ବର୍ଷ ବିରୋଧୀ ପକ୍ଷରେ ବସିବାକୁ ହେବ

ନୂଆଦିଲ୍ଲୀ: କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ବୟାନ ଦେଇଛନ୍ତି। ଦଳରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉ ନଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ନିର୍ବାଚନ ନ କରି ଯଦି ଅଧ୍ୟକ୍ଷ ପଦ ଲାଗି ଜଣଙ୍କୁ ନିଯୁକ୍ତି ଦେଇ ଦେବ, ତା’ହେଲେ ଏହାକୁ କେବେ ହେଲେ ଗୋଟିଏ ପ୍ରତିଶତ ସମର୍ଥନ ମିଳିବ ନାହିଁ। ଦଳରେ ନିର୍ବାଚନ ନ ହେଲେ […]

c

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 03:11 PM IST

ନୂଆଦିଲ୍ଲୀ: କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ବୟାନ ଦେଇଛନ୍ତି। ଦଳରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉ ନଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

କଂଗ୍ରେସ ନିର୍ବାଚନ ନ କରି ଯଦି ଅଧ୍ୟକ୍ଷ ପଦ ଲାଗି ଜଣଙ୍କୁ ନିଯୁକ୍ତି ଦେଇ ଦେବ, ତା’ହେଲେ ଏହାକୁ କେବେ ହେଲେ ଗୋଟିଏ ପ୍ରତିଶତ ସମର୍ଥନ ମିଳିବ ନାହିଁ। ଦଳରେ ନିର୍ବାଚନ ନ ହେଲେ କଂଗ୍ରେସକୁ ଦୀର୍ଘ ୫୦ ବର୍ଷ ଯାଏ ବିରୋଧୀ ଆସନରେ ହିଁ ବସିବାକୁ ପଡ଼ିବ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ସେ କହିଛନ୍ତି, କଂଗ୍ରେସ ୱାର୍କିଂ କମିଟି, ବିଭିନ୍ନ ରାଜ୍ୟ, ଜିଲ୍ଲାର କଂଗ୍ରେସ ମୁଖ୍ୟ ଓ ବ୍ଲକ ସଭାପତି ପାଇଁ ନିର୍ବାଚନ ହେବା ଜରୁରୀ। କାଳେ ପଦ ଚାଲିଯିବ, ସେହି ଆଶଙ୍କାରେ କିଛି ଲୋକ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ନିର୍ବାଚନ ପ୍ରକ୍ରିୟାରେ କମିଟି ଓ ସଭାପତି ନିଯୁକ୍ତ ହେଲେ ଏହା ଦଳକୁ ଉପଯୁକ୍ତ ନେତୃତ୍ୱ ଦେଇପାରିବେ।

ଯଦି ନିର୍ବାଚନ ହେବନାହିଁ, ତା’ହେଲେ କଂଗ୍ରେସ ଦୀର୍ଘ ୫୦ ବର୍ଷ ପାଇଁ ଏମିତି ବିରୋଧୀ ଦଳରେ ହିଁ ବସିଥିବ। ଆପଣ ଯେତେବେଳେ ନିର୍ବାଚନ ଲଢ଼ନ୍ତି ସେତେବେଳେ ୫୧% ଭୋଟ ଆପଣଙ୍କ ସପକ୍ଷରେ ରହିଥାଏ। ଅନ୍ୟ ପ୍ରତିଯୋଗୀମାନେ ୧୦ରୁ ୧୫% ଭୋଟ ପାଇଥାଆନ୍ତି।

ଏହାର ଅର୍ଥ ଯେଉଁ ବ୍ୟକ୍ତି ନିର୍ବାଚନରେ ଜିତି ଦଳର ସଭାପତି ହୁଅନ୍ତି, ତାଙ୍କ ସପକ୍ଷରେ ୫୧% ଲୋକଙ୍କ ସମର୍ଥନ ରହିଥାଏ। ବର୍ତ୍ତମାନ ସ୍ଥିତିରେ ଯଦି ବିନା ନିର୍ବାଚନରେ କେହି ସଭାପତି ହେଉଛନ୍ତି, ତା’ହେଲେ ତାଙ୍କ ସମର୍ଥନରେ ଗୋଟିଏ ପ୍ରତିଶତ ସମର୍ଥନ ରହିଛି କି ନାହିଁ ସେକଥା କହିବା ବେଶ କଷ୍ଟକର।

ଯଦି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନେ ନିର୍ବାଚିତ ହୁଅନ୍ତି, ତା’ହେଲେ ସେମାନଙ୍କୁ କେବେ ବି କେହି ବିଦା କରିପାରିବେ ନାହିଁ। ମନୋନୀତ ସଦସ୍ୟଙ୍କୁ ବିଦା କରାଯାଇ ପାରିବ। କିନ୍ତୁ ଜଣେ ନିର୍ବାଚିତ ସଦସ୍ୟଙ୍କୁ କେବେ ହେଲେ ବିଦା କରିହେବନାହିଁ। ତେଣୁ ନିର୍ବାଚନ କରିବାରେ ଅସୁବିଧା କ’ଣ?

ଜଣେ ସଭାପତି ହେଲେ, ତାଙ୍କ ସହ ନିର୍ବାଚନ ଲଢ଼ୁଥିବା ଲୋକମାନେ ଦ୍ୱିତୀୟ, ତୃତୀୟ ଓ ୪ର୍ଥ ସ୍ଥାନରେ ରହିବେ। ସେମାନେ ନିଜର ସମର୍ଥନ ଯୋଗାଡ଼ କରିବା ପାଇଁ କଠିନ ପରିଶ୍ରମ କରିବେ ଓ ଆସନ୍ତାବର୍ଷ ଜିତିବାକୁ ପୁଣିଥରେ ଚେଷ୍ଟା କରିବେ। ଏହା ଦଳକୁ ହିଁ ଫାଇଦା ଦେବ। ନିର୍ବାଚନ ହିଁ ଦଳକୁ ସଶକ୍ତ କରିବ ବୋଲି ସେ କହିଛନ୍ତି।

Related story