ସ୍ତ୍ରୀକୁ ପିଟିବାକୁ ଏସ୍‌ପିଙ୍କୁ ଅନୁମତି ମାଗିଲେ ହେଡ୍ କନଷ୍ଟେବଳ, ଚିଠି ଭାଇରାଲ୍‌

ନୂଆଦିଲ୍ଲୀ: ଜଣେ ହେଡ୍ କନଷ୍ଟେବଳ ତାଙ୍କ ସ୍ତ୍ରୀଙ୍କୁ ପିଟିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଜିଲ୍ଲା ଏସ୍‌ପିଙ୍କୁ ଅନୁମତି ମାଗିଛନ୍ତି। ଘଟଣାଟି ଛତିଶଗଡ଼ର ରାୟଗଡ଼ ଜିଲ୍ଲାର। ଏସ୍‌ପିଙ୍କୁ ଚିଠି ଲେଖି ଏମିତି ଅନୁମତି ମାଗିଥିବା ହେଡ୍ କନଷ୍ଟେବଳଙ୍କ ନାଁ ସଞ୍ଜୟ କୁମାର। ସେ କାହିଁକି ତାଙ୍କ ସ୍ତ୍ରୀ ପିଟିବାକୁ ଚାହୁଁଛନ୍ତି? ଜୁନ୍ ୨୫ ତାରିଖରେ ଛତିଶଗଡ଼ ପୋଲିସ୍‌ରେ ନିଯୁକ୍ତ କର୍ମଚାରୀମାନଙ୍କ ପରିବାର ଲୋକେ ରାଜଧାନୀ ରାୟପୁରରେ ଧାରଣାରେ ବସିବେ। ଏହାକୁ ନେଇ ଛତିଶଗଡ଼ ପୋଲିସ୍‌ ସହିତ ଗୃହ ବିଭାଗରେ […]

constable

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 08:44 PM IST

ନୂଆଦିଲ୍ଲୀ: ଜଣେ ହେଡ୍ କନଷ୍ଟେବଳ ତାଙ୍କ ସ୍ତ୍ରୀଙ୍କୁ ପିଟିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଜିଲ୍ଲା ଏସ୍‌ପିଙ୍କୁ ଅନୁମତି ମାଗିଛନ୍ତି। ଘଟଣାଟି ଛତିଶଗଡ଼ର ରାୟଗଡ଼ ଜିଲ୍ଲାର। ଏସ୍‌ପିଙ୍କୁ ଚିଠି ଲେଖି ଏମିତି ଅନୁମତି ମାଗିଥିବା ହେଡ୍ କନଷ୍ଟେବଳଙ୍କ ନାଁ ସଞ୍ଜୟ କୁମାର।

ସେ କାହିଁକି ତାଙ୍କ ସ୍ତ୍ରୀ ପିଟିବାକୁ ଚାହୁଁଛନ୍ତି?

ଜୁନ୍ ୨୫ ତାରିଖରେ ଛତିଶଗଡ଼ ପୋଲିସ୍‌ରେ ନିଯୁକ୍ତ କର୍ମଚାରୀମାନଙ୍କ ପରିବାର ଲୋକେ ରାଜଧାନୀ ରାୟପୁରରେ ଧାରଣାରେ ବସିବେ। ଏହାକୁ ନେଇ ଛତିଶଗଡ଼ ପୋଲିସ୍‌ ସହିତ ଗୃହ ବିଭାଗରେ କଂପନ ସୃଷ୍ଟି ହୋଇଛି। ସେମାନଙ୍କୁ କିପରି ଏଥିରୁ ନିବୃତ କରାଯିବ ସେଥିପାଇଁ ଛତିଶଗଡ଼ ସରକାର ଉଦ୍ୟମ କରୁଛନ୍ତି। ପରିବାର ଲୋକଙ୍କୁ ବୁଝାଇବା ପାଇଁ ସରକାର ପୋଲିସ୍ କର୍ମଚାରୀମାନଙ୍କୁ କହିଛନ୍ତି। ଏହା ପରେ ହେଡ୍ କନଷ୍ଟେବଳ ସଞ୍ଜୟ କୁମାର ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ସେ ଲେଖିଛନ୍ତି ଯେ ତାଙ୍କ ସ୍ତ୍ରୀ ଏକ ବଡ଼ ରାଜନୈତିକ ଦଳ ସହିତ ଜଡ଼ିଥିବା ପରିବାରରୁ ଆସିଛନ୍ତି। ସେ ସ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ସବୁ କାମ କରନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଜୁନ୍ ୨୫ରେ ରାୟପୁରରେ ହେବାକୁ ଥିବା ଧାରଣାରେ ସାମିଲ ହେବାକୁ ଚାହୁଁଛନ୍ତି। ତେବେ ସେ ଚାହୁଁ ନାହାଁନ୍ତି ଯେ ତାଙ୍କ ସ୍ତ୍ରୀ ଏଥିରେ ସାମିଲ ହୁଅନ୍ତୁ। ତାଙ୍କୁ ରୋକିବା ପାଇଁ ମାରପିଟ ଆବଶ୍ୟକ ହୋଇଯାଇଛି। କିନ୍ତୁ ଡର ଲାଗୁଛି ଯେ ଏମିତି କଲେ ତାଙ୍କ ନାଁରେ ଥାନାରେ ମାମଲା ବି ରୁଜୁ ହୋଇପାରେ।

ଏହା ସହିତ ଚିଠିର ଶେଷ ଆଡ଼କୁ ସଞ୍ଜୟ ଲେଖିଛନ୍ତି ଯେ ସ୍ତ୍ରୀଙ୍କୁ ଡରାଇବା, ଧମକ ଦେବା ଓ ପିଟିବା ପାଇଁ ତାଙ୍କୁ ଅନୁମତି ଦିଆଯାଉ।

ଏବେ ଏ ଚିଠିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛ। ଏହି ଚିଠିଟି ସୋସିଆଲ୍ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ତେବେ ଏ ଚିଠି ପାଇବା ପରେ ଏସ୍‌ପି କ’ଣ ପଦକ୍ଷେପ ନେଇଛନ୍ତି, ତାହା ଜଣାପଡ଼ିନାହିଁ।

Related story