ଅକ୍ଚୋବର ଆରମ୍ଭରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏକୁ କେନ୍ଦ୍ର ହଟାଇବା ନିଷ୍ପତ୍ତି ବିରୋଧରେ ଶୁଣାଣି କରିବ ସୁପ୍ରିମକୋର୍ଟ। ଏଥିପାଇଁ ସୁପ୍ରିମକୋର୍ଟ ପାଞ୍ଚ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଗଢ଼ିଛନ୍ତି। ଯାହାର ନେତୃତ୍ୱ ନେବେ ଜଷ୍ଟିସ୍ ଏନ୍ ବି ରମନ୍ନା। ଅନ୍ୟ ବିଚାରପତି ମାନେ ହେଲେ ଜଷ୍ଟିସ୍ ସଞ୍ଜୟ କିଶନ କୈଳ, ଜଷ୍ଟିସ୍ ସୁଭାଷ ରେଡ୍ଡୀ, ଜଷ୍ଚିସ୍ ବି ଆର୍ ଗଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ଆସନ୍ତା ମାସ ଆରମ୍ଭରୁ ଏହି ମାମଲାର ଶୁଣାଣି ହେବ। ଅଗଷ୍ଟ ୫ରେ […]

supremecourt

Subhransu Sekhar
  • Published: Saturday, 28 September 2019
  • , Updated: 28 September 2019, 06:46 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏକୁ କେନ୍ଦ୍ର ହଟାଇବା ନିଷ୍ପତ୍ତି ବିରୋଧରେ ଶୁଣାଣି କରିବ ସୁପ୍ରିମକୋର୍ଟ। ଏଥିପାଇଁ ସୁପ୍ରିମକୋର୍ଟ ପାଞ୍ଚ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଗଢ଼ିଛନ୍ତି। ଯାହାର ନେତୃତ୍ୱ ନେବେ ଜଷ୍ଟିସ୍ ଏନ୍ ବି ରମନ୍ନା। ଅନ୍ୟ ବିଚାରପତି ମାନେ ହେଲେ ଜଷ୍ଟିସ୍ ସଞ୍ଜୟ କିଶନ କୈଳ, ଜଷ୍ଟିସ୍ ସୁଭାଷ ରେଡ୍ଡୀ, ଜଷ୍ଚିସ୍ ବି ଆର୍ ଗଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ।

ଆସନ୍ତା ମାସ ଆରମ୍ଭରୁ ଏହି ମାମଲାର ଶୁଣାଣି ହେବ। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏ ହଟାଇଛନ୍ତି। ଅକ୍ଚୋବର ୩୧ରୁ ଜମ୍ମୁ କଶ୍ମୀର ଏବଂ ଲଦାଖ ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣିତ ହେବ।

କେନ୍ଦ୍ରର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅଗଷ୍ଟ ମାସରେ ଅନେକ ଆବେଦନ ହୋଇଥିଲା। ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ୍ ଗୋଗୋଇ ଶୁଣାଣି କରି କହିଥିଲେ ଅକ୍ଚୋବର ମାସରେ ଏହି ଆବେଦନ ବାବଦରେ ଶୁଣାଣି ହେବ। ଏଥିପାଇଁ ଖୁବଶୀଘ୍ର ଏକ ଖଣ୍ଡପୀଠ ଗଢ଼ାଯିବ।

Related story