ଗ୍ରାହକଙ୍କୁ ଅବହେଳା କରି ହରଡ଼ଘଣାରେ ଷ୍ଟେଟ୍‌ ବ୍ୟାଙ୍କ: ତଣ୍ଡ ଗଣିବ ୧.୨୯ ଲକ୍ଷ

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ବ୍ୟାଙ୍କର ଅବହେଳା। ଗ୍ରାହକଙ୍କୁ ଉଚିତ୍ ସେବା ଦେବାରେ ଖାମଖିଆଲି ନୀତି ପାଇଁ ଏସବିଆଇକୁ ତଣ୍ଡ ଦେ଼ବାକୁ ପଡ଼ିବ। ଏମିତି ଏକ ଘଟଣା ଦିଲ୍ଲୀରେ ଘଟିଛି।  ଅଭିଯୋଗ ଅନୁଯାୟୀ ଦିଲ୍ଲୀର ଓଖ୍‌ଲାରେ ରହୁଥିବା ରାହିମୁନିଶା ସାହାନା ନାମ୍ନୀ ଜଣେ ଯୁବତୀ ୨୦୦୬ ମାର୍ଚ୍ଚ ୩୧ ତାରିଖରେ ନିଜ ବ୍ୟାଗ୍‌ ସହ ନୂଆ ଏଟିଏମ କାର୍ଡ଼ ଧରି ଫେରୁଥିଲେ। ଏଟିଏମ କାର୍ଡ଼ରୁ ସିଲ ଖୋଲାଯାଇ ନ ଥିଲା। ତେବେ କୌଣସି କାରଣରୁ ଏଟିଏମ କାର୍ଡ଼ ଥିବା […]

sbi-1

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 10:28 PM IST

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ବ୍ୟାଙ୍କର ଅବହେଳା। ଗ୍ରାହକଙ୍କୁ ଉଚିତ୍ ସେବା ଦେବାରେ ଖାମଖିଆଲି ନୀତି ପାଇଁ ଏସବିଆଇକୁ ତଣ୍ଡ ଦେ଼ବାକୁ ପଡ଼ିବ। ଏମିତି ଏକ ଘଟଣା ଦିଲ୍ଲୀରେ ଘଟିଛି।  ଅଭିଯୋଗ ଅନୁଯାୟୀ ଦିଲ୍ଲୀର ଓଖ୍‌ଲାରେ ରହୁଥିବା ରାହିମୁନିଶା ସାହାନା ନାମ୍ନୀ ଜଣେ ଯୁବତୀ ୨୦୦୬ ମାର୍ଚ୍ଚ ୩୧ ତାରିଖରେ ନିଜ ବ୍ୟାଗ୍‌ ସହ ନୂଆ ଏଟିଏମ କାର୍ଡ଼ ଧରି ଫେରୁଥିଲେ। ଏଟିଏମ କାର୍ଡ଼ରୁ ସିଲ ଖୋଲାଯାଇ ନ ଥିଲା। ତେବେ କୌଣସି କାରଣରୁ ଏଟିଏମ କାର୍ଡ଼ ଥିବା ହ୍ୟାଣ୍ଡ ବ୍ୟାଗଟି ଚୋରି ହୋଇଯାଥିଲା। ଏଥିସହ ବ୍ୟାଗରେ ଥିବା ୫୦୦୦ ଟଙ୍କା ମଧ୍ୟ ଚୋରି ହୋଇଯାଇଥିଲା। ଏନେଇ ଯୁବତୀ ଜଣକ ଦିଲ୍ଲୀର ନିଜାମୁଦ୍ଦିରେ ଥିବା ଏସବିଆଇ ଶାଖାରେ ଅଭିଯୋଗ କରିଥିଲେ।  ଏପରିକି ବ୍ୟାଙ୍କ ପରିଚାଳକକଙ୍କୁ ଭେଟି ନିଜ ଏଟିଏମ ବ୍ଲକ କରିବାକୁ ଅନୁରୋଧ କରିଥିଲେ। ଏହାର କିଛି ଦିନପରେ ଯୁବତୀ ଜଣକ ବ୍ୟାଙ୍କ ଯାଇ ନିଜ ଆକାଉଣ୍ଟ ଚେକ୍‌  କରିଥିଲେ। ହେଲେ ଆକାଉଣ୍ଟରୁ ୧,୨୯,୦୬୦ ଟଙ୍କା ଉଠାଯାଇଥିବା ସେ ଜାଣିବାକୁ ପାଇଥିଲେ।

ଏହି ଟଙ୍କା ମାର୍ଚ୍ଚ ୧୩ରୁ ମାର୍ଚ୍ଚ ୨୧ ମଧ୍ୟରେ ଉଠାଯାଇଥିବା ଯୁବତୀ ଜଣକ ଜାଣିବାକୁ ପାଇଥିଲେ। ଏନେଇ ଯୁବତୀ ଜଣକ ମାର୍ଚ୍ଚ ୩୦ରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏଥିସହ ସେ ଜିଲ୍ଲା  ଫୋରମ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ।  ତେବେ ଜିଲ୍ଲା ଫୋରମରୁ ନୋଟିସ ପାଇ ଏସବିଆଇ ପକ୍ଷରୁ ଜବାବ ରଖାଯାଥିଲା। କୁହାଯାଇଥିଲା ସମ୍ପୃକ୍ତ ଯୁବତୀଙ୍କ ଅବହେଳା ପାଇଁ ତାଙ୍କ ଏଟିଏମ କାର୍ଡ଼ ହଜିଲା।

ଏପରିକି ଯୁବତୀ ଜଣକ ଏ ସମ୍ପର୍କରେ କୌଣସି ଅଭିଯୋଗ କରି ନଥିଲେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଥିଲା। ହେଲେ ଜିଲ୍ଲାଫୋରମ ଏସବିଆଇର ଆବେଦନକୁ ଖାରଜ୍ କରିଦେଇଥିଲା। ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ସବୁ ଟଙ୍କା ଫେରେବାକୁ ଜିଲ୍ଲାଫୋରମ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲା। ଏହି ରାୟକୁ ଚାଲେଞ୍ଜ କରି ଏସବିଆଇ ଦିଲ୍ଲୀ ଖାଉଟି ଅଦାଲତରେ ଆବେଦନ କରିଥିଲା। ହେଲେ ଖାଉଟି ଅଦାଳତ ଜିଲ୍ଲା ଫୋରମ ଦେଇଥିବା ରାୟକୁ ବଳବତ୍ତର ରଖିବା ସହ ଏସବିଆଇ ଆବେଦନକୁ ଖାରଜ କରିଦେଇଥିଲା। ଅଭିଯୋଗକାରିଣୀକୁ ୧.୨୯ ଲକ୍ଷ ଟଙ୍କା ଫେରେଇବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଛନ୍ତି।

ଖାଉଟି ଅଦାଲତର କମିଶନ ଏନପି କୌଶିକ୍‌ଙ୍କ କହିବା ଅନୁଯାୟୀ ଅଭିଯୋଗ ଆସିବା ପରେ ଏଟିଏମ କାର୍ଡ଼ ବ୍ଲକ କରିବାର ଦାୟିତ୍ୱ ବ୍ୟାଙ୍କର। ହେଲେ ବ୍ୟାଙ୍କ ପକ୍ଷରୁ ଏନେଇ ଆବଶ୍ୟକ ପଦେକ୍ଷେପ ନିଆଯାଇ ନାହିଁ।

ସୌଜନ୍ୟ ହିନ୍ଦୁସ୍ଥାନ ଟାଇମସ୍‌

Related story