ଆରଏସ୍‌ଏସ୍ ମୁଖ୍ୟଙ୍କ ମନ୍ତବ୍ୟଙ୍କୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ପୁଣି ଚର୍ଚ୍ଚା। ସେ ପୁଣି ଥରେ କହିଛନ୍ତି ଯେ ଭାରତ ହେଉଛି ହିନ୍ଦୁ ରାଷ୍ଟ୍ର। ଏହାକୁ କେହି ବିରୋଧ କରନ୍ତି ନାହିଁ। ଯେଉଁମାନେ ଭାରତୀୟ ସେମାନଙ୍କ ପୂର୍ବପୁରୁଷମାନେ ମଧ୍ୟ ଏଇ ମାଟିରେ ରହୁଥିଲେ। ତେଣୁ ସମସ୍ତଙ୍କୁ ହିନ୍ଦୁ କୁହାଯାଇପାରିବ। ଇନ୍ଦୋରରେ ଗତ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ  ସେ କହିଥିଲେ, “ହିନ୍ଦୁସ୍ତାନ ହେଉଛି ଏକ ହିନ୍ଦୁ ରାଷ୍ଟ୍ର। କିନ୍ତୁ […]

mohan

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 11:15 AM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ପୁଣି ଚର୍ଚ୍ଚା। ସେ ପୁଣି ଥରେ କହିଛନ୍ତି ଯେ ଭାରତ ହେଉଛି ହିନ୍ଦୁ ରାଷ୍ଟ୍ର। ଏହାକୁ କେହି ବିରୋଧ କରନ୍ତି ନାହିଁ। ଯେଉଁମାନେ ଭାରତୀୟ ସେମାନଙ୍କ ପୂର୍ବପୁରୁଷମାନେ ମଧ୍ୟ ଏଇ ମାଟିରେ ରହୁଥିଲେ। ତେଣୁ ସମସ୍ତଙ୍କୁ ହିନ୍ଦୁ କୁହାଯାଇପାରିବ।

ଇନ୍ଦୋରରେ ଗତ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ  ସେ କହିଥିଲେ, “ହିନ୍ଦୁସ୍ତାନ ହେଉଛି ଏକ ହିନ୍ଦୁ ରାଷ୍ଟ୍ର। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏ ଦେଶ ଅନ୍ୟ ଧର୍ମର ଲୋକଙ୍କର ନୁହେଁ। ଯେଉଁମାନେ ଭାରତୀୟ ଓ ଯେଉଁମାନଙ୍କର ପୂର୍ବପୂରୁଷ ଏହି ମାଟିର – ସେମାନେ ସମସ୍ତେ ହିନ୍ଦୁ। ସେଥିପାଇଁ କୁହାଯାଏ ହିନ୍ଦୁତ୍ୱ , ହିନ୍ଦୁଇଜିମ୍ ନୁହେଁ।”

ସେ କହିଥିଲେ,“ବିଭିନ୍ନତା ସତ୍ତ୍ୱେ ଏଠି ଏକତା ରହି ଆସିଛି। ସାଥୀ ହୋଇ ଚାଲିବା ଓ ଉତ୍କର୍ଷ ପ୍ରାପ୍ତି କରିବାକୁ ହିଁ ଧର୍ମ କୁହାଯାଏ।”

Related story