ମହିଳା ସାଂସଦଙ୍କ ଆଖିରେ ଆଖି ମିଶେଇବେ କହିଲେ ଆଜମ୍‌ ଖାନ୍‌

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିବା ପାଇଁ ବହୁ ବିବାଦୀୟ ତଥା ଶସ୍ତା ମନ୍ତବ୍ୟ ଦେଇ ଆସିଥିବା ସମାଜବାଦୀ ପାର୍ଟି (ଏସ୍‌ପି) ସାଂସଦ ଆଜମ୍‌ ଖାନ୍‌ ଆଜି ପୁଣି ଥରେ ଏଭଳି ଏକ ମନ୍ତବ୍ୟ ସାଂସଦ ରମା ଦେବୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି। ଗୁରୁବାର ଟ୍ରିପଲ୍ ତଲାକ୍‌ ବାବଦରେ ଆଲୋଚନା ସମୟରେ ଆଜମ୍‌ କହିଥିଲେ, “ରମା ଦେବୀ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ।” ଏହାକୁ ନେଇ ସଂସଦରେ […]

azam-khan

Subrat Kumar Nayak
  • Published: Thursday, 25 July 2019
  • , Updated: 25 July 2019, 04:15 PM IST

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିବା ପାଇଁ ବହୁ ବିବାଦୀୟ ତଥା ଶସ୍ତା ମନ୍ତବ୍ୟ ଦେଇ ଆସିଥିବା ସମାଜବାଦୀ ପାର୍ଟି (ଏସ୍‌ପି) ସାଂସଦ ଆଜମ୍‌ ଖାନ୍‌ ଆଜି ପୁଣି ଥରେ ଏଭଳି ଏକ ମନ୍ତବ୍ୟ ସାଂସଦ ରମା ଦେବୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି।

ଗୁରୁବାର ଟ୍ରିପଲ୍ ତଲାକ୍‌ ବାବଦରେ ଆଲୋଚନା ସମୟରେ ଆଜମ୍‌ କହିଥିଲେ, "ରମା ଦେବୀ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ।" ଏହାକୁ ନେଇ ସଂସଦରେ ହଙ୍ଗାମା ହୋଇଥିଲା। ଏପରିକି ଆଜମ୍‌ କ୍ଷମା ମାଗନ୍ତୁ ବୋଲି ସମସ୍ତେ ଦାବି କରିଥିଲେ। ଅନ୍ୟପକ୍ଷରେ ରମା ଦେବୀ ପ୍ରତିକ୍ରିୟାରେ କହିଥିଲେ, ଏମିତି କାହାକୁ କ’ଣ କୁହାଯାଏ? ପରେ ଆଜମ୍‌ ସଫେଇ ଦେଇ କହିଥିଲେ, ମୁଁ ଆପଣଙ୍କୁ ସମ୍ମାନ କରେ, ଆପଣ ମୋ ଭଉଣୀ ଭଳି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଥିଲେ, ଆଜମ୍‌ ଖାନ୍‌ ରମା ଦେବୀଙ୍କୁ ଅସମ୍ମାନିତ କରିବାକୁ ଚାହୁଁନଥିଲେ। ବିଜେପି ସାଂସଦମାନେ ବହୁତ କଦର୍ଯ୍ୟ, ସେମାନେ ଅଙ୍ଗୁଳି ଉଠାଇବାକୁ କିଏ?

ବାଚସ୍ପତି ଓମ୍‌ ବିର୍ଲା ନିଜ ଆସନକୁ ଫେରିବା ପରେ ଆଜମ୍‌ ଖାନ୍‌ଙ୍କୁ ସତର୍କ କରାଇବା ସହ କ୍ଷମା ମାଗିବାକୁ କହିଥିଲେ। ଏତଦ୍‌ବ୍ୟତୀତ ଗୃହର ରେକର୍ଡରୁ ଏହି ମନ୍ତବ୍ୟ ବାଦ୍‌ ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଆଜମ୍‌ ଖାନ୍‌ କ୍ଷମା ମାଗି ନଥିଲେ। ଏହା ବଦଳରେ ନିଜ ସପକ୍ଷରେ ଓକିଲାତି କରି କହିଥିଲେ, ମୁଁ ଯଦି କିଛି ସଂସଦ ବିରୋଧୀ କଥା କହିଥିବି, ତେବେ ମୁଁ ଇସ୍ତଫା ଦେବାକୁ ରାଜି ଅଛି। ଏହାପରେ ସେ ଗୃହ ଛାଡ଼ି ପଳାଇଥିଲେ।

Related story