ସ୍ପେନରେ କମିଲା କରୋନା ମୃତ୍ୟୁ ହାର

ମାଦ୍ରିଦ: ସ୍ପେନରେ ଲକଡାଉନକୁ ମାସେ ପୂରଣ ହୋଇଛି। ମାର୍ଚ୍ଚ ୧୪ରେ ଲକଡାଉନ୍ ହୋଇଥିଲା। ଏହାରି ଭିତରେ କରୋନା ମୃତ୍ୟୁ ହାର କମିଛି। ଏଯାବତ ସ୍ପେନରେ ୧୯ ହଜାର କରୋନା ମୃତ୍ୟୁ ବରଣ କରିଛନ୍ତି। ଲକଡାଉନ ପରେ ଏପ୍ରିଲ ୨ରେ ସର୍ବାଧିକ ଗୋଟିଏ ଦିନରେ ୯୫୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଏହାପରେ ଗୁରୁବାର ୫୫୧ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଯାହାକି ସ୍ପେନବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ସ୍ପେନରେ ଏଯାବତ ୧୮୨,୮୧୬ ଜଣ କରୋନାରେ ଆକ୍ରାନ୍ତ […]

spain corona

Subhransu Sekhar
  • Published: Thursday, 16 April 2020
  • , Updated: 16 April 2020, 10:03 PM IST

ମାଦ୍ରିଦ: ସ୍ପେନରେ ଲକଡାଉନକୁ ମାସେ ପୂରଣ ହୋଇଛି। ମାର୍ଚ୍ଚ ୧୪ରେ ଲକଡାଉନ୍ ହୋଇଥିଲା। ଏହାରି ଭିତରେ କରୋନା ମୃତ୍ୟୁ ହାର କମିଛି। ଏଯାବତ ସ୍ପେନରେ ୧୯ ହଜାର କରୋନା ମୃତ୍ୟୁ ବରଣ କରିଛନ୍ତି। ଲକଡାଉନ ପରେ ଏପ୍ରିଲ ୨ରେ ସର୍ବାଧିକ ଗୋଟିଏ ଦିନରେ ୯୫୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଏହାପରେ ଗୁରୁବାର ୫୫୧ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଯାହାକି ସ୍ପେନବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

ସ୍ପେନରେ ଏଯାବତ ୧୮୨,୮୧୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ମୋଟ୍ ୧୯,୧୩୦ ଜଣଙ୍କର ମୃତ୍ୟୁ ଘଟିଛି। ୮୮, ୮୮୯ ଜଣ ଏବେ ଚିକିତ୍ସାଧୀନ ରହିଥିବାବେଳେ ୭୪,୭୯୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୨,୧୫୭ ଜଣ ନୂଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

୨୧୦ଟି ଦେଶରେ ମୋଟ୍ ୨, ୧୧୮,୭୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୪୧,୯୧୫ ଜଣଙ୍କର ମୃତ୍ୟୁ ଘଟିଛି। ୫୩୫, ୨୭୨ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

Related story