ବିଶ୍ୱରେ ପ୍ରଥମ: କରୋନା ନେଲା କୁକୁର ଜୀବନ

ନ୍ୟୁୟର୍କ: ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା ମହାମାରୀ କରୋନା ଭାଇରସ ଏବେ ପଶୁଙ୍କ ଉପରେ ନଜର ପକାଇଥିବା ଆଶଙ୍କା ପ୍ରକାଶ ପାଇଛି। କାରଣ ପ୍ରଥମଥର ପାଇଁ ମଣିଷ ଦ୍ୱାରା କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଗୋଟିଏ କୁକୁର ପ୍ରାଣ ହରାଇଛି। ଆମେରିକାର ନ୍ୟୁୟର୍କରେ ଜର୍ମାନ ଶେଫର୍ଡ ପ୍ରଜାତିର ଗୋଟିଏ ପୋଷା କୁକୁର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଜୁନ୍‌ ମାସରେ ୟୁଏଡିଏର ନ୍ୟାଶନାଲ ଭେଟରନାରୀ […]

g

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 01:49 PM IST

ନ୍ୟୁୟର୍କ: ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୁଣ୍ଡ ନେଇ ସାରିଥିବା ମହାମାରୀ କରୋନା ଭାଇରସ ଏବେ ପଶୁଙ୍କ ଉପରେ ନଜର ପକାଇଥିବା ଆଶଙ୍କା ପ୍ରକାଶ ପାଇଛି। କାରଣ ପ୍ରଥମଥର ପାଇଁ ମଣିଷ ଦ୍ୱାରା କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଗୋଟିଏ କୁକୁର ପ୍ରାଣ ହରାଇଛି। ଆମେରିକାର ନ୍ୟୁୟର୍କରେ ଜର୍ମାନ ଶେଫର୍ଡ ପ୍ରଜାତିର ଗୋଟିଏ ପୋଷା କୁକୁର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ଜୁନ୍‌ ମାସରେ ୟୁଏଡିଏର ନ୍ୟାଶନାଲ ଭେଟରନାରୀ ସର୍ଭିସ ଲ୍ୟାବ(ଏନଭିଏସ୍‌ଏଲ) ପକ୍ଷରୁ କୁକୁରଟି କରୋନାରେ ଆକ୍ରାନ୍ତ ଥିବା ଘୋଷଣା କରିଥିଲେ। ଏବେ କୁକୁରଟି ପ୍ରାଣ ହରାଇଥିବାରୁ ମହାମାରୀ କରୋନା ଭାଇରସ ପଶୁଙ୍କ ଜୀବନ ମଧ୍ୟ ନେବାର କ୍ଷମତା ରଖିଥିବା ପ୍ରମାଣିତ ହୋଇଛି।

କୁକୁରଟିକୁ ଲାଳନପାଳନ କରୁଥିବା ରବର୍ଟ ମାହୋନି ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ କୁକୁର ଶରୀରରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାପରେ କୁକୁରଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

ରବର୍ଟ କହିଛନ୍ତି, ଏପ୍ରିଲ ମଧ୍ୟ ଭାଗରେ କୁକୁରଟିର ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିଥିଲା। ଏହାପରେ ସେ ଅସୁସ୍ଥ ହେବା ସହ ତା’ ନାକରୁ ପାଣି ବୋହିବା ଆରମ୍ଭ ହୋଇଥିଲା। ଜୁନ ମାସରେ ସେ କରୋନାରେ ଆକ୍ରାନ୍ତ ଥିବା ଡାକ୍ତରମାନେ କହିଥିଲେ। ତେବେ ଜୁଲାଇ ୧୧ରେ ସେ ରକ୍ତ ବାନ୍ତି କରିବା ସହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଶେଷରେ ତା’ର ମୃତ୍ୟୁ ଘଟିଛି।

ବିଶେଷଜ୍ଞଙ୍କ ମତରେ ପଶୁମାନଙ୍କ ଠାରୁ ମଣିଷ ଶରୀରକୁ କରୋନା ସଂକ୍ରମିତ ହେବାର କୌଣସି ପ୍ରମାଣ ଏଯାଏ ମିଳିନାହିଁ। କିନ୍ତୁ ମଣିଷ ଶରୀରରୁ ପଶୁ ପକ୍ଷୀଙ୍କୁ କରୋନା ସଂକ୍ରମିତ କରିବାର ଆଶଙ୍କା ରହିଛି।

Related story