୪୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟିଏ ପରିବାରରୁ ୫ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ତାମିଲନାଡ଼ୁରେ ୪୦ ତମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ରବିବାର କେରଳର ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହି ୫ ଜଣ ଗୋଟିଏ ପରିବାରର। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୌଲାଜ ଏହି ସୂଚନା ଦେଇଥିଲେ। ଏହି ୫ କରୋନା ଆକ୍ରାନ୍ତଙ୍କୁ ପଥାନାମଥିଟ୍ଟା ହସ୍ପିଟାଲର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ରଖାଯାଇଛି। ଏହି ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ […]

Corona

Subrat Kumar Nayak
  • Published: Sunday, 08 March 2020
  • , Updated: 08 March 2020, 09:58 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ତାମିଲନାଡ଼ୁରେ ୪୦ ତମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ରବିବାର କେରଳର ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହି ୫ ଜଣ ଗୋଟିଏ ପରିବାରର। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୌଲାଜ ଏହି ସୂଚନା ଦେଇଥିଲେ।

ଏହି ୫ କରୋନା ଆକ୍ରାନ୍ତଙ୍କୁ ପଥାନାମଥିଟ୍ଟା ହସ୍ପିଟାଲର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ରଖାଯାଇଛି। ଏହି ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ନିକଟରେ ଇଟାଲୀ ଯାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟ ଦୁଇ ଜଣ ସମ୍ପର୍କୀୟ ହୋଇଥିବାରୁ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ତିନି ଆକ୍ରାନ୍ତ ହେଲେ ବାପା, ମା ଏବଂ ତାଙ୍କର ଜଣେ ଛୁଆ। ଇଟାଲୀରୁ ଫେରିବା ପରେ ତାଙ୍କ ସମ୍ପର୍କୀୟଙ୍କୁ ଭେଟିଥିଲେ। ଏବେ ପାଞ୍ଚ ଜଣ କରୋନାରେ ଆକ୍ରାନ୍ତ।

ଏହି ପରିବାର ଇଟାଲୀ ଯାଇଥିଲେ ବୋଲି ଜଣାପଡ଼ିନଥିଲା। ତେଣୁ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କର ସ୍କ୍ରିନିଂ ଟେଷ୍ଟ ହୋଇନଥିଲା। ପ୍ରଥମେ ଏହି ୫ ଜଣ ହସ୍ପିଟାଲରେ ପରୀକ୍ଷା କରିବା ପାଇଁ ରାଜି ହୋଇନଥିଲେ। ବୁଝାସୁଝା କରିବା ପରେ ପରୀକ୍ଷା କରିବା ପାଇଁ ରାଜି ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଶନିବାର ତିନି ଜଣ କରୋନାରେ ଆକ୍ରାନ୍ତ ହେବା ପରେ ୩୪ ପହଞ୍ଚିଥିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ୮ ଜଣଙ୍କ ମଧ୍ୟରେ ଓମାନରୁ ଫେରିଥିବା ତାମିଲନାଡୁର ଜଣେ ବ୍ୟକ୍ତି, ଇରାନରୁ ଫେରିଥିବା ଲଦାଖର ଦୁଇ ଜଣ ନାଗରିକ ରହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନ ଆଜି କରୋନା ମୁକାବିଲା ନେଇ କହିଛନ୍ତି, ଦିଲ୍ଲୀ ଏମ୍ସରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଜୟପ୍ରକାଶ ନାରାୟଣ ଟ୍ରୌମା ସେଣ୍ଟରରେ ଆଇସୋଲେସନ୍‌ ବେଡ୍‌ ସ୍ଥାପନ କରାଯିବ। ଏକାବେଳକେ ୨୦ ଜଣଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଲେ, ଏନ୍‌ସିଆଇ ଜାଝର ହସ୍ପିଟାଲ ନିଆଯିବ।

Related story