କରୋନା ଯୋଗୁଁ ଭାରତରେ ବିବାହ କଲେ ଚାଇନା ଯୁବତୀ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ଘରକୁ ଯାଇନପାରିବାରୁ ଭାରତରେ ପୁରୁଷ ବନ୍ଧୁଙ୍କୁ ବିବାହ କଲେ ଚୀନର ଜଣେ ମହିଳା। ବୁଧବାର ପଶ୍ଚିମ ବଙ୍ଗଳାର ମେଦିନାପୁରରେ ଏହି ବାହାଘର ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି। ମହିଳାଙ୍କ ନାମ ହେଉଛି ଜିଆକ୍ୱି। ୭ ବର୍ଷ ପୂର୍ବେ ଚାଇନାର ଏକ ବିଜନେସ୍‌ ଡିଲ୍‌ରେ ପଶ୍ଚିମ ବଙ୍ଗଳାରେ ରହୁଥିବା ପିଣ୍ଟୁଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଦୁହିଁଙ୍କ ସମ୍ପର୍କରେ ପ୍ରେମରେ ପରିଣତ ହେବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ […]

china

Puspanjali Panda
  • Published: Thursday, 06 February 2020
  • , Updated: 06 February 2020, 01:51 PM IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ଘରକୁ ଯାଇନପାରିବାରୁ ଭାରତରେ ପୁରୁଷ ବନ୍ଧୁଙ୍କୁ ବିବାହ କଲେ ଚୀନର ଜଣେ ମହିଳା। ବୁଧବାର ପଶ୍ଚିମ ବଙ୍ଗଳାର ମେଦିନାପୁରରେ ଏହି ବାହାଘର ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି।

ମହିଳାଙ୍କ ନାମ ହେଉଛି ଜିଆକ୍ୱି। ୭ ବର୍ଷ ପୂର୍ବେ ଚାଇନାର ଏକ ବିଜନେସ୍‌ ଡିଲ୍‌ରେ ପଶ୍ଚିମ ବଙ୍ଗଳାରେ ରହୁଥିବା ପିଣ୍ଟୁଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଦୁହିଁଙ୍କ ସମ୍ପର୍କରେ ପ୍ରେମରେ ପରିଣତ ହେବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚାଇନାରେ କରୋନା ଭାଇରସ୍‌ର ପ୍ରଭାବ ଯୋଗୁଁ ପ୍ରେମୀଯୁଗଳ ଭାରତରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାକୁ ନେଇ ଜିଆକ୍ୱି କହିଛନ୍ତି, ‘ଚାଇନାରେ ମୋ ପରିବାର ସୁସ୍ଥ ଓ ଖୁସିରେ ଅଛନ୍ତି। କିନ୍ତୁ କରୋନା ଯୋଗୁଁ ଚାଇନା ଓ ଭାରତ ମଧ୍ୟରେ ସମସ୍ତ ବିମାନସେବା ସସପେଣ୍ଡ ହୋଇଛି। ତେଣୁ ସେମାନେ ମୋ ବାହାଘରରେ ଉପସ୍ଥିତ ରହିପାରିଲେ ନାହିଁ। ସବୁକିଛି କେବେ ଠିକ୍‌ ହେବ, ଆମେ ଜାଣିନାହୁଁ। ପରିସ୍ଥିତି ନିୟନ୍ତ୍ରଣକୁ ଆସିଲେ, ଆମେ ଚାଇନା ଯିବୁ ଏବଂ ସେଠାରେ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବୁ।’

ଜିଆକ୍ୱିଙ୍କ ସ୍ୱାମୀ ପିଣ୍ଟୁ କହିଛନ୍ତି, ‘କରୋନା ଭାଇରସ୍‌ ଯୋଗୁଁ ତାଙ୍କ ପରିବାର ଭାରତ ଆସିପାରିଲେ ନାହିଁ। ତେଣୁ ଆମେ ଏଠାରେ ବିବାହ କଲୁ। ପରେ ଆମେ ଚାଇନାରେ ଗୋଟିଏ ବିବାହ ଭୋଜିର ଆୟୋଜନ କରିବୁ।’

Related story