୨୦ ବର୍ଷରୁ କମ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦%ରୁ କମ୍: WHO

୨୦ ବର୍ଷରୁ କମ୍ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ୦.୨ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି  ପୁଷ୍ଟିକର ଖାଦ୍ୟର ଅଭାବ ଛୋଟ ପିଲାଙ୍କ ପାଖରେ ନୂଆଦିଲ୍ଲୀ: ବିଶ୍ୱରେ କୋଭିଡ -୧୯ରେ ଆକ୍ରାନ୍ତ ହୋଇଥିବା ମୋଟ୍ ମାମଲାରୁ ୨୦ ବର୍ଷରୁ କମ୍ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି। ଏହି ବୟସରେ ମାତ୍ର ୦.୨ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ତେବେ ଏହି ମହାମାରୀରେ ଶିଶୁ ଏବଂ କିଶୋରମାନଙ୍କ ମୃତ୍ୟୁ ଉପରେ ଅଧିକ ଗବେଷଣା କରାଯିବାର […]

who

Subhransu Sekhar
  • Published: Wednesday, 16 September 2020
  • , Updated: 16 September 2020, 01:16 PM IST
  • ୨୦ ବର୍ଷରୁ କମ୍ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍
  • ୦.୨ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି 
  • ପୁଷ୍ଟିକର ଖାଦ୍ୟର ଅଭାବ ଛୋଟ ପିଲାଙ୍କ ପାଖରେ

ନୂଆଦିଲ୍ଲୀ: ବିଶ୍ୱରେ କୋଭିଡ -୧୯ରେ ଆକ୍ରାନ୍ତ ହୋଇଥିବା ମୋଟ୍ ମାମଲାରୁ ୨୦ ବର୍ଷରୁ କମ୍ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି। ଏହି ବୟସରେ ମାତ୍ର ୦.୨ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ତେବେ ଏହି ମହାମାରୀରେ ଶିଶୁ ଏବଂ କିଶୋରମାନଙ୍କ ମୃତ୍ୟୁ ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ ଏହା କହିଛନ୍ତି।

WHO ମୁଖ୍ୟ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ଭାଇରସ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାଜନକ। ତେବେ ଛୋଟ ପିଲାମାନେ କମ୍ ସଂକ୍ରମିତ ହୋଇଛନ୍ତି। ହେଲେ ଅଘଟଣକୁ ଅବହେଳା କରିବା ଠିକ୍ ନୁହେଁ। ଯଦିଓ କିଶୋର ଏବଂ ଛୋଟ ପିଲାଙ୍କର ଏହି ମହାମାରୀରେ ମୃତ୍ୟୁ ହାର ବହୁତ କମ୍ ରହିଛି। ହେଲେ ବି ସତର୍କତା ଅବଲମ୍ୱନ କରିବା ଦରକାର ବୋଲି ସେ କହିଛନ୍ତି।

କରୋନା ଭାଇରସ୍ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଏତେଟା ପ୍ରଭାବ ଦେଖାଇ ନାହିଁ। ଯେଉଁ ଶିଶୁମାନେ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଅନ୍ୟ କାରଣରୁ ବହୁତ ପ୍ରଭାବିତ ହୋଇଛନ୍ତି। ଟେଡ୍ରୋସ ଅନେକ ଦେଶରେ ଉଦାହରଣ ଦେଇ କହିଛନ୍ତି,  ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ମଧ୍ୟ ଏହାର କାରଣ ହୋଇପାରେ। ଶୋହଳ କୋଟି ପିଲା ଏବେ ଘରେ ରହିଛନ୍ତି। ତେଣୁ ସେମାନଙ୍କ ଖାଦ୍ୟରେ ପୁଷ୍ଟିସାରର ଅଭାବ ମଧ୍ୟ ପିରିଲିକ୍ଷିତ ହୋଇଥିବା ଟେଡ୍ରୋସ କହିଛନ୍ତି।

Related story