ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୫ ହଜାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଘାତକ ଭାଇରସରେ ଏଯାବତ ୨୪୯୪୨ ଜଣ ସଂକ୍ରମିତ ହୋଇଥିବାବେଳେ ୭୭୯ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ୫୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। #COVID19: 1490 new cases and 56 deaths recorded in the last 24 hours. https://t.co/BSx67KF4V6 — ANI (@ANI) April 25, 2020 ସେହିପରି ହସ୍ପିଟାଲରୁ […]

Corona

Subhransu Sekhar
  • Published: Saturday, 25 April 2020
  • , Updated: 25 April 2020, 09:48 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଘାତକ ଭାଇରସରେ ଏଯାବତ ୨୪୯୪୨ ଜଣ ସଂକ୍ରମିତ ହୋଇଥିବାବେଳେ ୭୭୯ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ୫୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

https://twitter.com/ANI/status/1254025029391704064

ସେହିପରି ହସ୍ପିଟାଲରୁ ୫୨୫୦ ଜଣ ଡିସଚାର୍ଜ ହୋଇଛନ୍ତି। ୧୮୯୫୩ ଜଣ ଚିକିତ୍ସାଧୀନ ଥିବା ସୂଚନା ରହିଛି। ଉତ୍ତର ପ୍ରଦେଶରେ ୧୭୭୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୦୪ ଜଣ ଚିକିତ୍ସାଧୀନ ରହିଛନ୍ତି। ୨୪୮ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏଯାବତ ରାଜ୍ୟରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୧୪ ଛୁଇଁଥିବା ବେଳେ ୮୭୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୩ ଜଣଙ୍କର ମୃତ୍ୟୁ ଘଟିଛି। ୨୯ ଆକ୍ରାନ୍ତ ଏବେ ବି ଆଇସିୟୁରେ ରହିଥିବାବେଳେ ୯ ଜଣ ଭେଣ୍ଟିଲେଟରରେ ରହିଛନ୍ତି।

Related story