ତେହରାନ୍: ଇରାନ୍ ଗସ୍ତରେ ଥିବା ୫୮ ତୀର୍ଥଯାତ୍ରୀ ଶେଷରେ ଭାରତ ଫେରିପାରିଛନ୍ତି। ଏହି ଦେଶରେ କୋଭିଡ୍୧୯ ବା କରୋନା ଭୟଙ୍କର ରୂପ ନେଇଥିବାରୁ ଏମାନଙ୍କ ଫେରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ସେମାନେ ସି-୧୭ ମିଲିଟାରୀ ଏୟାରକ୍ରାଫ୍ଟରେ ଫେରୁଛନ୍ତି। ଏହା ପ୍ରଥମ ବ୍ୟାଚ୍। ଭାରତ ପୁଣି ବିମାନ ପଠାଇବ ବୋଲି ଜଣାପଡ଼ିଛି।
ଏହି ତୀର୍ଥଯାତ୍ରୀମାନେ ଗାଜିଆବାଦର ହିନ୍ଦୋନ୍ ବାୟୁ ସେନା ବିମାନ ବନ୍ଦରଠାରେ ଓହ୍ଲାଇବେ ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି।
ସେ କହିଛନ୍ତି, ଇରାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏବଂ ସେଠାରେ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବା ମେଡିକାଲ ଟିମ୍କୁ ଧନ୍ୟବାଦ।
ଏହା ପୂର୍ବରୁ ଇରାନରେ ଏହି ଭାରତୀୟଙ୍କର ସ୍କ୍ରିନିଂ କରାଯାଇଥିଲା। ଇରାନ କର୍ତ୍ତୃପକ୍ଷଙ୍କ ସହ ଦୂତାବାସ ପକ୍ଷରୁ ଆଲୋଚନା କରାଯାଇଥିଲା। ଏହା ଗୁରୁତ୍ୱପୂର୍ଣ୍ଣ କାମ ବୋଲି ଜୟଶଙ୍କର କହିଥିଲେ। କରୋନା ଇରାନରେ ୨୦୦ରୁ ଊର୍ଦ୍ଧ୍ୱ ଭାରତୀୟ ବସବାସ କରନ୍ତି। ଏଠାରେ ଭୟଙ୍କର ରୂପ ନେଇଥିବାରୁ ଭାରତ ସରକାର ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।