ଆର୍ଲଟ ହେଲା ତେଲେଙ୍ଗାନା

ହାଇଦ୍ରାବାଦ: ବ୍ରିଟେନରେ କରୋନା ମହାମାରୀ ବ୍ୟାପିଛି। କରୋନାର ନୂଆ ଲକ୍ଷଣ ବା ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱ ଏବେ ଆଲର୍ଟ ରହିଛି। ଏହାରି ଭିତରେ ବ୍ରିଟନରୁ ତେଲେଙ୍ଗାନା ଆସିଛନ୍ତି ୧୨୦୦ ଯାତ୍ରୀ। ଯାହାକି ତେଲେଙ୍ଗାନା ପାଇଁ ସତର୍କ ଘଣ୍ଟି। ଡିସେମ୍ବର ୯ରୁ ବ୍ରିଟେନରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ ଡକ୍ଟର ଜି ଶ୍ରୀନିବାସ ରାଓ ଏକ ବିବୃତ୍ତି ଜରିଆରେ କହିଛି ଯେଉଁମାନେ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କ […]

corona

Subhransu Sekhar
  • Published: Friday, 25 December 2020
  • , Updated: 25 December 2020, 08:41 PM IST

ହାଇଦ୍ରାବାଦ: ବ୍ରିଟେନରେ କରୋନା ମହାମାରୀ ବ୍ୟାପିଛି। କରୋନାର ନୂଆ ଲକ୍ଷଣ ବା ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱ ଏବେ ଆଲର୍ଟ ରହିଛି। ଏହାରି ଭିତରେ ବ୍ରିଟନରୁ ତେଲେଙ୍ଗାନା ଆସିଛନ୍ତି ୧୨୦୦ ଯାତ୍ରୀ। ଯାହାକି ତେଲେଙ୍ଗାନା ପାଇଁ ସତର୍କ ଘଣ୍ଟି।

ଡିସେମ୍ବର ୯ରୁ ବ୍ରିଟେନରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ ଡକ୍ଟର ଜି ଶ୍ରୀନିବାସ ରାଓ ଏକ ବିବୃତ୍ତି ଜରିଆରେ କହିଛି ଯେଉଁମାନେ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ ହେଉଛି। ଯେଉଁମାନେ ବ୍ରିଟେନରୁ ତେଲେଙ୍ଗାନା ଆସିଛନ୍ତି ସେମାନଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ୍ ବୋଲି ଜଣାପଡିଛି।

ବ୍ରିଟେନରୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କରୋନା ପରୀକ୍ଷା ହୋଇଛି। ରିପୋର୍ଟ ନେଗେଟିଭ୍ ରହିଲେ ଗାଇଡ୍ ଲାଇନ୍ ଅନୁଯାୟୀ ଯାତ୍ରୀମାନଙ୍କୁ ଘରେ ରହିବାକୁ ହେବ। ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର ଡିସେମ୍ୱର ୩୧ ଯାଏ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମସ୍ତ ବିମାନ ସାମୟିକ ଭାବେ ବାତିଲ କରିଛନ୍ତି। ଯେଉଁମାନେ ବ୍ରିଟେନରୁ ଆସିବେ ସେମାନଙ୍କର ଆରଟି-ପିସିଆର ଟେଷ୍ଟ ହେବ। ନେଗେଟିଭ୍ ଆସିଲେ ମଧ୍ୟ ସପ୍ତାହକ ପାଇଁ ସଙ୍ଗରୋଧରେ ରହିବାକୁ ହେବ। ପଜିଟିଭ୍ ଆସିଲେ କୋଭିଡ୍ ସେଣ୍ଟର ନହେଲେ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ ବୋଲି ସରକାର ନିୟମ କରିଛନ୍ତି।

Related story