ଜାପାନରେ ଅଷ୍ଟମ ଭାରତୀୟଙ୍କଠାରେ ଚିହ୍ନଟ କରାଗଲା କରୋନା

ନୂଆଦିଲ୍ଲୀ: ଜାପାନ ଉପକୂଳରେ ଲାଗିଥିବା ଏକ ଜାହାଜର ଅଷ୍ଟମ ଭାରତୀୟ ଯାତ୍ରୀଙ୍କଠାରେ କରୋନା ଭାଇରସ୍‌ ଥିବା ଚିହ୍ନଟ କରାଯାଇଛି। ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏବିଷୟରେ ସୂଚନା ଦିଆଯାଇଛି। ଜାପାନର ରାଜଧାନୀ ଟୋକିଓ ନିକଟବର୍ତ୍ତୀ ୟୋକୋହାମା ବନ୍ଦରଠାରେ ଏହି ଜାହାଜ ଗତ ଫେବୃଆରୀ ୪ ତାରିଖରୁ ଲାଗିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଡାଇମଣ୍ଡ ପ୍ରିନ୍ସେସ୍‌ ନାମକ ଏହି ଜାହଜରେ ଭାରତରୁ ୧୩୨ କ୍ରୁ ମେମ୍ବର ଏବଂ ୬ ଜଣ ଯାତ୍ରୀ ଅଛନ୍ତି। […]

Ravish

Subrat Kumar Nayak
  • Published: Thursday, 20 February 2020
  • , Updated: 20 February 2020, 05:50 PM IST

ନୂଆଦିଲ୍ଲୀ: ଜାପାନ ଉପକୂଳରେ ଲାଗିଥିବା ଏକ ଜାହାଜର ଅଷ୍ଟମ ଭାରତୀୟ ଯାତ୍ରୀଙ୍କଠାରେ କରୋନା ଭାଇରସ୍‌ ଥିବା ଚିହ୍ନଟ କରାଯାଇଛି। ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏବିଷୟରେ ସୂଚନା ଦିଆଯାଇଛି। ଜାପାନର ରାଜଧାନୀ ଟୋକିଓ ନିକଟବର୍ତ୍ତୀ ୟୋକୋହାମା ବନ୍ଦରଠାରେ ଏହି ଜାହାଜ ଗତ ଫେବୃଆରୀ ୪ ତାରିଖରୁ ଲାଗିଛି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଡାଇମଣ୍ଡ ପ୍ରିନ୍ସେସ୍‌ ନାମକ ଏହି ଜାହଜରେ ଭାରତରୁ ୧୩୨ କ୍ରୁ ମେମ୍ବର ଏବଂ ୬ ଜଣ ଯାତ୍ରୀ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅଷ୍ଟମ ଭାରତୀୟଙ୍କଠାରେ କରୋନା ଚିହ୍ନଟ କରାସରିଲାଣି। ସେମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି।”

ଏହି ଜାହଜର କ୍ୱାରେଣ୍ଟାଇନ୍‌ ଅବଧି ସରିଯାଇଛି। ଏବେ ଏହାର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ କ୍ରୁମାନଙ୍କୁ ସବା ଶେଷରେ ଅବତରଣ କରାଯିବ ବା ଜାହାଜରୁ ସ୍ଥଳ ଭାଗକୁ ଅଣାଯିବ। ଏହାପରେ ସେମାନଙ୍କୁ ୧୪ ଦିନ ପାଇଁ ଏକାକୀ ରଖାଯିବ।

ଡାଇମଣ୍ଡ ପ୍ରିନ୍ସେସ୍‌ରେ ଥିବା ମୋଟ ୩,୭୧୧ ଲୋକଙ୍କ ମଧ୍ୟରୁ ୬୨୧ ଜଣଙ୍କଠାରେ କୋଭିଡ୍‌-୧୯ ବା କରୋନା ଚିହ୍ନଟ କରାଯାଇଛି। ମୋଟ ଉପରେ ଚାଇନାରେ ୭୫ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ସାରା ବିଶ୍ୱରେ ୨,୧୦୦ ଜଣଙ୍କର ଜୀବନ ନେଲାଣି ଏହି ଭାଇରସ୍‌।

Related story