ଚାଇନାରେ କରୋନା, ବଢ଼ିଲା ପାରାସିଟାମଲ୍‌ ଦର

ନୂଆଦିଲ୍ଲୀ: ଚାଇନାରେ କରୋନାର କଳେବର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ ସିଧା ଭାରତୀୟ ବଜାର ଉପରେ ପଡ଼ିଛି। ଏପରିକି ଭାରତରେ ପୀଡ଼ାନାଶକ ଭାବେ ବହୁଳ ବ୍ୟବହୃତ ପାରାସିଟାମଲର ଦରରେ ୪୦% ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଆଜିଥ୍ରୋମାଇସିନ୍‌ ନାମକ ଆଣ୍ଟିବାୟୋଟିକ୍‌ର ଦରରେ ୭୦% ବୃଦ୍ଧି ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ଆସନ୍ତା ମାସରେ ଯଦି ସପ୍ଲାଇ ସ୍ୱାଭାବିକ ନହୁଏ, ଏପ୍ରିଲ ବେଳକୁ ବଜାରରେ ଔଷଧ ଅଭାବ ପଡ଼ିଯିବ। ଏପରିକି ଫାର୍ମା ବ୍ୟବସାୟ ଏଥିରେ ଗଭୀର ଭାବେ […]

paracetamol

Subrat Kumar Nayak
  • Published: Tuesday, 18 February 2020
  • , Updated: 18 February 2020, 12:33 PM IST

ନୂଆଦିଲ୍ଲୀ: ଚାଇନାରେ କରୋନାର କଳେବର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ ସିଧା ଭାରତୀୟ ବଜାର ଉପରେ ପଡ଼ିଛି। ଏପରିକି ଭାରତରେ ପୀଡ଼ାନାଶକ ଭାବେ ବହୁଳ ବ୍ୟବହୃତ ପାରାସିଟାମଲର ଦରରେ ୪୦% ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଆଜିଥ୍ରୋମାଇସିନ୍‌ ନାମକ ଆଣ୍ଟିବାୟୋଟିକ୍‌ର ଦରରେ ୭୦% ବୃଦ୍ଧି ହୋଇଛି।

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ଆସନ୍ତା ମାସରେ ଯଦି ସପ୍ଲାଇ ସ୍ୱାଭାବିକ ନହୁଏ, ଏପ୍ରିଲ ବେଳକୁ ବଜାରରେ ଔଷଧ ଅଭାବ ପଡ଼ିଯିବ। ଏପରିକି ଫାର୍ମା ବ୍ୟବସାୟ ଏଥିରେ ଗଭୀର ଭାବେ ପ୍ରଭାବିତ ହେବ।

ମେନଲ୍ୟାଣ୍ଡ ଚାଇନାରେ ଥିବା ଫ୍ୟାକ୍ଟ୍ରିଗୁଡ଼ିକ ପୁଣି ଚାଲୁ ହେବା ଉପରେ ଭାରତ ପରି ଦେଶସବୁର ଫାର୍ମା ବ୍ୟବସାୟ ନିର୍ଭର କରୁଛି। ତେବେ ବର୍ତ୍ତମାନ ମଧ୍ୟ ଏହା ଅନିଶ୍ଚିତତା ଦେଇ ଗତି କରୁଥିବାରୁ ଔଷଧ ପାଇଁ ଆବଶ୍ୟକ ହେଉଥିବା ଉପାଦାନ ସବୁ ପହଞ୍ଚିବାରେ ବିଳମ୍ବ ହେବ ମନେ ହେଉଛି। ଭାରତର ଅର୍ଥନୀତି ଔଷଧ ରପ୍ତାନୀ ଉପରେ ମଧ୍ୟ ନିର୍ଭରଶୀଳ ହୋଇଥିବାରୁ ଏହା ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ବୋଲି କୁହାଯାଉଛି।

Related story