ପୁଅ ଝିଅକୁ ତଣ୍ଟି ଚିପି ମାରିଦେବା ପରେ ବାନ୍ଧବୀଙ୍କ ସହ ଆତ୍ମହତ୍ୟା କଲେ ଦମ୍ପତି

ଗାଜିଆବାଦ: ଦେବାଳିଆ ହେବା ପରେ ଏକ ଜିନ୍ସ ଫ୍ୟାକ୍ଟ୍ରିର ମାଲିକ ଗୁଲଶାନ ଏବଂ ତାଙ୍କ ସ୍ତ୍ରୀ ନିଜ ପୁଅ ଝିଅର ତଣ୍ଟି ଚିପି ମାରି ଦେଇଛନ୍ତି। ଏହାପରେ ଆଜି ସକାଳୁ ୮ ମହଲା ବାଲକୋନିରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେହିପରି ଅନ୍ୟ ଜଣେ ମହିଳା ସଞ୍ଜନା ମଧ୍ୟ ତାଙ୍କ ସହ ତଳକୁ ଡେଇଁଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଥିବା ବେଳେ ସଞ୍ଜନାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ମହିଳା ଜଣଙ୍କ କେହି କେହି ଫ୍ୟାକ୍ଚ୍ରି ମାଲିକଙ୍କ […]

Couple Jump To Death From Ghaziabad Apartment (1)

Subhransu Sekhar
  • Published: Tuesday, 03 December 2019
  • Updated: 03 December 2019, 06:21 PM IST

Sports

Latest News

ଗାଜିଆବାଦ: ଦେବାଳିଆ ହେବା ପରେ ଏକ ଜିନ୍ସ ଫ୍ୟାକ୍ଟ୍ରିର ମାଲିକ ଗୁଲଶାନ ଏବଂ ତାଙ୍କ ସ୍ତ୍ରୀ ନିଜ ପୁଅ ଝିଅର ତଣ୍ଟି ଚିପି ମାରି ଦେଇଛନ୍ତି। ଏହାପରେ ଆଜି ସକାଳୁ ୮ ମହଲା ବାଲକୋନିରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେହିପରି ଅନ୍ୟ ଜଣେ ମହିଳା ସଞ୍ଜନା ମଧ୍ୟ ତାଙ୍କ ସହ ତଳକୁ ଡେଇଁଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଥିବା ବେଳେ ସଞ୍ଜନାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ମହିଳା ଜଣଙ୍କ କେହି କେହି ଫ୍ୟାକ୍ଚ୍ରି ମାଲିକଙ୍କ ଦ୍ୱିତୀୟ ସ୍ତ୍ରୀ ବୋଲି କହୁଥିବା ବେଳେ ଆଉ କେହି ମାଲିକଙ୍କ ସହଯୋଗୀ ବୋଲି କହୁଛନ୍ତି। ଦିଲ୍ଲୀ ସ୍ଥିତ ଗାଜିଆବାଦରେ ସକାଳ ୫ଟାରୁ ୫ଟା ୧୫ ମିନିଟ ସମୟରେ ଏହି ଅଘଟଣ ଘଟିଥିଲା।

ପୁଲିସ ଗୁଲଶନଙ୍କ ଘର ଇନ୍ଦିରାପୁରମ ବୈଭବ ଖଣ୍ଡ ଭବନର ଫ୍ଲାଟ ନମ୍ୱର ୮୦୬କୁ ଆସି ପ୍ରାଥମିକ ତଦନ୍ତ କରିଛି। ମୃତକଙ୍କ ଘରୁ ଏକ ଆତ୍ମହତ୍ୟା ପୂର୍ବର ଚିଠି ଜବତ କରିବା ସହିତ ମୃତକଙ୍କ ପୁଅ ଝିଅର ମୃତ ଦେହ ଉଦ୍ଧାର କରିଛି। ଆତ୍ମହତ୍ୟା କାଳୀନ ଚିଠିରେ ବ୍ୟବସାୟରେ କ୍ଷତି ପାଇଁ ଆତ୍ମହତ୍ୟା କରୁଛନ୍ତି ବୋଲି ଫ୍ୟାକ୍ଟ୍ରି ମାଲିକ ଲେଖିଥିଲେ। ଏଥିସହ କିଛି ନଗଦ ଟଙ୍କା ମଧ୍ୟ ଏହି ଚିଠି ସହ ଯୋଡ଼ି ରଖିଥିଲେ। ଏହି ଟଙ୍କାକୁ ସେ ତାଙ୍କ ଅନ୍ତିମ ସଂସ୍କାରରେ ଖର୍ଚ୍ଚ କରିବା ପାଇଁ ଚାହୁଁଥିବା ଲେଖିଥିଲେ ଫ୍ୟାକ୍ଟ୍ରି ମାଲିକ।

ଫ୍ୟାକ୍ଟ୍ରି ମାଲିକ ଜଣଙ୍କ ଘୋର ଆର୍ଥିକ ସଙ୍କଟରେ ଥିଲେ। ତାଙ୍କ ଭିଣୋଇ ରାକେଶ ବର୍ମା ୨ କୋଟି ଟଙ୍କା ଧାର ନେଇଥିଲେ। ରାକେଶ ନିକଟରେ ଗୁଲଶନଙ୍କୁ ଚେକ ଆକାରରେ କିଛି ଟଙ୍କା ଦେଇଥିଲେ। ହେଲେ ତାହା ବାଉନ୍ସ ହୋଇଯାଇଥିଲା। ଫଳରେ ଗୁଲଶାନଙ୍କ ଉପରେ ଆହୁରି ଆର୍ଥିକ ବୋଝ ପଡ଼ିଥିଲା। ବ୍ୟବସାୟରେ କ୍ଷତି ଓ ଋଣ ଭାର ସମ୍ଭାଳି ନପାରି ଏହି ପଦକ୍ଷେପ ନେଇଛନ୍ତି ବୋଲି ଥାନା ଅଧିକାରୀ ସୁଧୀର କୁମାର କହିଛନ୍ତି।

ରାତିରେ ୧୨ ବର୍ଷର ଝିଅ ଏବଂ ୧୧ ବର୍ଷର ପୁଅ ଶୋଇଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ସକାଳୁ ବାଲକୋନିକୁ ତିନି ଜଣ ଆସିଥିଲେ। ବନ୍ଧୁ ରମେଶଙ୍କୁ ମୋବାଇଲରେ ଭିଡିଓ କଲିଂ କରି ଗୁଲଶାନ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ। ବ୍ୟବସାୟରେ କ୍ଷତି ଏବଂ ଋଣ ଭାର ସମ୍ଭାଳି ନପାରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଫ୍ୟାକ୍ଟ୍ରି ମାଲିକ ଜଣଙ୍କ କହିଥିଲେ। ଏହାପରେ ତିନି ଜଣ ଯାକ ବାଲକୋନିରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ସୁଧୀର କୁମାର କହିଛନ୍ତି।

ଇନ୍ଦିରାପୁରମ ବୈଭବ ଖଣ୍ଡ ଭବନର ଜଗୁଆଳୀ ଅଜାଜ କରିମ୍ ଖାନ୍ କହିଛନ୍ତି, ଆଜି ସକାଳ ୫ଟାରୁ ୫ଟା ୧୫ ମଧ୍ୟରେ ଆପାର୍ଟମେଣ୍ଟରୁ କେହି ଖସି ପଡ଼ିଲା ଭଳି ଜଣାପଡ଼ିଥିଲା। ଏହାପରେ ତଳେ ୩ ଜଣ ବାଲକୋନିରୁ ଡେଇଁ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସକୁ ସେ ଖବର ଦେଇଥିଲେ ବୋଲି କହିଛନ୍ତି। ଆତ୍ମହତ୍ୟା କରିଥିବା ବ୍ୟକ୍ତିମାନେ ଏହି ଆପାର୍ଟମେଣ୍ଟକୁ ନିକଟରେ ସ୍ଥାନାନ୍ତର ହୋଇଥିଲେ ବୋଲି ମୃତକଙ୍କ ପଡୋଶୀ ମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story