ସାଂସଦଙ୍କ ବିସ୍ଫୋରଣ : କହିଲେ- ପୁଅଝିଅ ଏମିତି ଅସଞ୍ଜତ ହୋଇ ବସୁଛନ୍ତି ଯେମିତି ପରସ୍ପରକୁ ଖାଇଯିବେ

ନୂଆଦିଲ୍ଲୀ: ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ତଥା ସାଧୁ ସାକ୍ଷୀ ମହାରାଜ ପୁଣି ଏକ ବାଣ ଛାଡ଼ିଛନ୍ତି। ଏଥର ସେ ବେଫିକର ପ୍ରେମୀ ଯୁଗଳମାନଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ପ୍ରେମୀ ଯୁଗଳମାନେ  ସର୍ବସାଧାରଣରେ ଯେଉଁଭଳି ଖୋଲମଖୋଲା ଆପତ୍ତିଜନକ ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଅତ୍ୟନ୍ତ ଅଶୋଭନୀୟ। ଯୁବକଯୁବତୀମାନଙ୍କ ଏଭଳି ଆଚରଣ ବଳାତ୍କାର ଭଳି ଘୃଣ୍ୟ କାର୍ଯ୍ୟକୁ ଉସକାଉଛି ବୋଲି ସେ କହିଛନ୍ତି।  ସେ କହିଛନ୍ତି ଯେ, ବାଇକରେ ହେଉକି କାର ଭିତରେ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 08:08 PM IST

ନୂଆଦିଲ୍ଲୀ: ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ତଥା ସାଧୁ ସାକ୍ଷୀ ମହାରାଜ ପୁଣି ଏକ ବାଣ ଛାଡ଼ିଛନ୍ତି। ଏଥର ସେ ବେଫିକର ପ୍ରେମୀ ଯୁଗଳମାନଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ପ୍ରେମୀ ଯୁଗଳମାନେ  ସର୍ବସାଧାରଣରେ ଯେଉଁଭଳି ଖୋଲମଖୋଲା ଆପତ୍ତିଜନକ ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଅତ୍ୟନ୍ତ ଅଶୋଭନୀୟ। ଯୁବକଯୁବତୀମାନଙ୍କ ଏଭଳି ଆଚରଣ ବଳାତ୍କାର ଭଳି ଘୃଣ୍ୟ କାର୍ଯ୍ୟକୁ ଉସକାଉଛି ବୋଲି ସେ କହିଛନ୍ତି।  ସେ କହିଛନ୍ତି ଯେ, ବାଇକରେ ହେଉକି କାର ଭିତରେ ହେଉ ଏମିତି  ଢଙ୍ଗରେ କୋଳାକୋଳି  ହୋଇ ବସୁଛନ୍ତି ସତେ ଯେମିତି ପୁଅଟିଏ ଝିଅଟିକୁ କିମ୍ବା ଝିଅଟିଏ ପୁଅକୁ ଖାଉଛି। ତେଣୁ ଏଭଳି ପୁଅ ଝିଅଙ୍କୁ ଜେଲରେ ଭରିଦେବା ଉଚିତ୍‌ ବୋଲି ସେ କହିଛନ୍ତି।

ସେହିପରି ପାର୍କଠାରୁ ଆରମ୍ଭ କରି ରାସ୍ତାଘାଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ମାଳ ମାଳ ଯୁବକ ଯୁବତୀ ଅନ୍ତରଙ୍ଗ ହୋଇ ଉନ୍ମତ୍ତ ଅବସ୍ଥାରେ ଚୁମା ଦିଆନିଆ ହେଉଛନ୍ତି। ଆଉ ଯଦି କେବେ ବଳାତ୍କାର ଭଳି ଘଟଣା ଘଟେ ପ୍ରଥମେ ପୋଲିସ ଉପରେ ଅଙ୍ଗୁଳି ଉଠେ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୁଏ। ତା ପୂର୍ବରୁ ପ୍ରକୃତରେ ଅସଞ୍ଜତ ଅବସ୍ଥାରେ ବୁଲୁଥିବା ପୁଅଝିଅଙ୍କୁ ଗିରଫ କରାଯିବା ଉଚିତ୍‌ ବୋଲି ସେ କହିଚନ୍ତି। ସେହି ରୋହିଙ୍ଗ୍ୟା ପ୍ରସଙ୍ଗରେ ପ୍ରତିକ୍ରୀୟା ରଖିଚନ୍ତି ସାକ୍ଷୀ ମହାରାଜ। ରୋହିଙ୍ଗ୍ୟା ଶରଣାଥୀମାନେ ଦେଶର ସୁରକ୍ଷା  ପ୍ରତି ବିପଦ। ତେଣୁ ସେମାନଙ୍କୁ ଦେଶରୁ ବିତାଡ଼ିତ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

Related story