ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଚିଦାମ୍ୱରମ୍

ନୂଆଦିଲ୍ଲୀ: ବଢ଼ିଲା କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ବିଚାର ବିଭାଗୀୟ ହାଜତ ଅବଧି। ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ୱରମଙ୍କ ହାଜତ ମିଆଦ ଅକ୍ଟୋବର ୩ ତାରିଖ ଯାଏ ବଢ଼ାଇ ଦେଇଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୦ରେ ଚିଦାମ୍ୱରମଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ରିମାଣ୍ଡରେ ନେବା ପରେ ସେପ୍ଚେମ୍ୱର ୫ ତାରିଖରୁ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି ଚିଦାମ୍ୱରମ୍। ଆଜି ପ୍ରଥମ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ […]

CHIDAMBARAM

Subhransu Sekhar
  • Published: Thursday, 19 September 2019
  • , Updated: 19 September 2019, 05:34 PM IST

ନୂଆଦିଲ୍ଲୀ: ବଢ଼ିଲା କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ବିଚାର ବିଭାଗୀୟ ହାଜତ ଅବଧି। ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ୱରମଙ୍କ ହାଜତ ମିଆଦ ଅକ୍ଟୋବର ୩ ତାରିଖ ଯାଏ ବଢ଼ାଇ ଦେଇଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୦ରେ ଚିଦାମ୍ୱରମଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ରିମାଣ୍ଡରେ ନେବା ପରେ ସେପ୍ଚେମ୍ୱର ୫ ତାରିଖରୁ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି ଚିଦାମ୍ୱରମ୍। ଆଜି ପ୍ରଥମ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରିଥିଲା ସିବିଆଇ। ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ଆସନ୍ତା ୨୩ ସେପ୍ଚେମ୍ୱରରେ ଚିଦାମ୍ୱରମଙ୍କ ଜାମିନ୍ ବାବଦରେ ଶୁଣାଣି ରହିଛି।

ସିବିଆଇ ଚିଦାମ୍ୱରମଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ହାଜତ ଅବିଧି ବଢ଼ାଇବା ପାଇଁ ଅନୁରୋଧ କରିଥିଲା। ଚିଦାମ୍ୱରମଙ୍କ ଓକିଲ ଅଭିମନ୍ୟୁ କିନ୍ତୁ ହାଜତ ଅବଧି ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସିବିଆଇ ଯେଉଁ ଆଧାରରେ ହାଜତ ଅବଧି ବୃଦ୍ଧି ପାଇଁ ଆବେଦନ କରୁଛି ତାହା ଠିକ୍ ନୁହେଁ ବୋଲି ଆଇନଜୀବୀ ଅଭିମନ୍ୟୁ କହିଥିଲେ। ଏହାପରେ ଉଭୟ ପକ୍ଷଙ୍କୁ ଶୁଣି ଚିଦାମ୍ବରମଙ୍କୁ ପୁଣି ଥରେ ତିହାର ଜେଲକୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ।

ଶୁଣାଣି ବେଳେ ଚିଦାମ୍ୱରମଙ୍କ ଆଉ ଜଣେ ଓକିଲ କପିଲ ସିବଲ କହିଛନ୍ତି ୭୩ ବର୍ଷୀୟ ଚିଦାମ୍ୱରମ ଅନେକ ରୋଗରେ ପୀଡ଼ିତ। ଜେଲରେ ରହିବା ପରେ ତାଙ୍କ ଓଜନ କମିବାରେ ଲାଗିଛି। ଚିଦାମ୍ୱରମଙ୍କ ପେଟରେ ଯନ୍ତ୍ରଣା ରହିବା ସାଙ୍ଗକୁ ପିଠିରେ ଯନ୍ତ୍ରଣା ରହିଛି ବୋଲି ସିବଲ ବିଚାରପତିଙ୍କୁ କହିଛନ୍ତି। ଏମିତିକି ତାଙ୍କ ଜେଲ କୋଠରୀରେ ଥିବା ବିଛଣାରେ ତକିଆ କାଢ଼ି ନିଆଯାଇଥିବା ସେ କହିଛନ୍ତି। ବସିବା ପାଇଁ ଚେୟାର ମଧ୍ୟ ନାହିଁ ବୋଲି ସିବଲ କହିଥିଲେ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ୱରମଙ୍କ ବିରୋଧରେ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ତଦନ୍ତ କରୁଛନ୍ତି। ଆଇଏନଏକ୍ସ ମିଡିଆରେ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ଜରିଆରେ ୩୦୭ କୋଟି ଟଙ୍କା ଚିଦାମ୍ୱରମ ୨୦୦୭ରେ ଅର୍ଥମନ୍ତ୍ରୀ ଥିବା ବେଳେ ଲାଭ ପାଇଥିବା ଜଣାପଡ଼ିଛି। ଯାହାକି ଚିଦାମ୍ୱରମ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ।

Related story