ଭଗତ ସିଂହକୁ ସହିଦ ମାନ୍ୟତା ଆବେଦନ ହାଇକୋର୍ଟରେ ଖାରଜ୍‌

ନୂଆଦିଲ୍ଲୀ: ସ୍ୱାଧିନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ସହିଦ ମାନ୍ୟତା ନେଇ ଆବେଦନ  ହୋଇଥିବା ଏକ ଜନସ୍ୱାର୍ଥ୍ୟ  ମାମଲା କୋର୍ଟରେ ଖାରଜ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ଖାରଜ୍‌ ହୋଇଯାଇଛି।  ମାମଲାର ଶୁଣାଣି ବେଳେ ସମ୍ପୃକ୍ତ ଆବେଦନକାରୀଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ।  କହିଥିଲେ ଆଇନର ବିଧିବ୍ୟବସ୍ଥାରେ ସେମିତି କିଛି ପ୍ରାବଧାନ ରହିଛି କି ଯେଉଁଥିରେ ସହିଦର ସ୍ୱିକୃତୀ ଦିଆଯାଇପାରିବ। ଅର୍ଥାତ ସମ୍ବିଧାନର କେଉଁ ନୀତିନିୟମ ଅଧାରରେ ଏହି ଅଧିକାରକୁ କୋର୍ଟ ସାବ୍ୟସ୍ତ କରିବ। […]

thumb13

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 09:29 AM IST

ନୂଆଦିଲ୍ଲୀ: ସ୍ୱାଧିନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ସହିଦ ମାନ୍ୟତା ନେଇ ଆବେଦନ  ହୋଇଥିବା ଏକ ଜନସ୍ୱାର୍ଥ୍ୟ  ମାମଲା କୋର୍ଟରେ ଖାରଜ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ଖାରଜ୍‌ ହୋଇଯାଇଛି।  ମାମଲାର ଶୁଣାଣି ବେଳେ ସମ୍ପୃକ୍ତ ଆବେଦନକାରୀଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ।  କହିଥିଲେ ଆଇନର ବିଧିବ୍ୟବସ୍ଥାରେ ସେମିତି କିଛି ପ୍ରାବଧାନ ରହିଛି କି ଯେଉଁଥିରେ ସହିଦର ସ୍ୱିକୃତୀ ଦିଆଯାଇପାରିବ।

ଅର୍ଥାତ ସମ୍ବିଧାନର କେଉଁ ନୀତିନିୟମ ଅଧାରରେ ଏହି ଅଧିକାରକୁ କୋର୍ଟ ସାବ୍ୟସ୍ତ କରିବ। କିନ୍ତୁ  ଆବେଦନକାରୀ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଅନ୍ୟପକ୍ଷରେ କୋର୍ଟ ହାତରେ ସେମିତି କିଛି ଅଧିକାର ନ ଥିବା  କୋର୍ଟ୍‌ କହିଛନ୍ତି ।

ବିଜେନ୍ଦ୍ର ସାଂଗବାନ ନାମକ ଜଣେ ଓକିଲ ଏହି ଆବେଦନ କରିଥିଲେ। ୧୯୨୮ ମସିହାରେ ଭଗତ ସିଂହ ଓ ରାଜଗୁରୁ ଲାହୋର୍‌ରେ ଜଣେ ବ୍ରିଟିସ୍‌ ପୋଲିସ୍‌ ଅଫିସର୍‌ଙ୍କୁ ଗୁଳି ମାରିଥିଲେ । ଏହା ପରେ ଲର୍ଡ୍‌ ଇର୍‌ୱିନ୍‌ଙ୍କ କମିଟିର ସୁପାରିସ୍‌ରେ ସ୍ପେଶାଲ ଟ୍ରିବ୍ୟୁନାଲ ୧୯୩୧ରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶି ଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ଏହି ତିନିଜଣଙ୍କୁ ସହିଦ୍‌ର ଆଖ୍ୟା ଦିଆଗଲେ ଏମାନଙ୍କ ପ୍ରତି ଉଚିତ୍‌ ଶ୍ରଦ୍ଧାଞ୍ଜଳି ଦିଆଯାଇ ପାରିବ ବୋଲି  ଆବେଦନକାରୀ କହିଛନ୍ତି।

Related story