ବିଶ୍ୱରେ ୩୦ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ

ଜେନେଭା: ବିଶ୍ୱ ମହାମାରୀ କରୋନା ଏବେ ୨୧୦ଟି ଦେଶରେ ସକ୍ରିୟ ରହିଛି। ଏହି ଘାତକ ଭାଇରସରେ ବିଶ୍ୱରେ ୩ ମିଲିଅନ ବା ୩୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ୨୧୦ଟି ଦେଶ ମଧ୍ୟରୁ ୫ଟି ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨୦ ହଜାର ଉପରେ ରହିଛି। ଓ୍ୱାର୍ଲଡମିଟରସ ଇନଫୋର ଡାସବୋର୍ଡ ରିପୋର୍ଟ ଅନୁଯାୟୀ ମୋଟ୍ ୩,୨୨୦,୦୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୨୮, […]

spain corona

Subhransu Sekhar
  • Published: Thursday, 30 April 2020
  • , Updated: 30 April 2020, 09:33 AM IST

ଜେନେଭା: ବିଶ୍ୱ ମହାମାରୀ କରୋନା ଏବେ ୨୧୦ଟି ଦେଶରେ ସକ୍ରିୟ ରହିଛି। ଏହି ଘାତକ ଭାଇରସରେ ବିଶ୍ୱରେ ୩ ମିଲିଅନ ବା ୩୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ୨୧୦ଟି ଦେଶ ମଧ୍ୟରୁ ୫ଟି ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨୦ ହଜାର ଉପରେ ରହିଛି।

ଓ୍ୱାର୍ଲଡମିଟରସ ଇନଫୋର ଡାସବୋର୍ଡ ରିପୋର୍ଟ ଅନୁଯାୟୀ ମୋଟ୍ ୩,୨୨୦,୦୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୨୮, ୨୧୫ ରହିଛି। ସେହିପରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧,୦୦୦,୩୦୩ ଜଣ। ଏବେ ୧,୯୯୧,୪୯୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୫୯,୮୧୧ ଜଣ ଗୁରୁତର ରହିଛନ୍ତି।

ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୨୫୦୨ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ୨୮,୫୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ବୋଲି ଜନ ହାଫିକନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି।

ଏବେ କରୋନାର ହଟସ୍ପଟ ଆମେରିକା ରହିଛି। ଏଠାରେ ମୃତକଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ ୬୧, ୬୬୮ ଛୁଇଁଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬୪, ୩୯୬ ଛୁଇଁଛି। ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ୧୪୭,୪୧୧। ଏବେ ୮୫୫,୩୧୭ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଆମେରିକା ପରେ ସ୍ପେନରେ ୨୩୬,୮୯୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୪,୨୭୫ ଜଣଙ୍କର ମୃତ୍ୟୁ ଘଟିଛି। ଇଟାଲୀରେ ୨୭, ୬୮୨ ଜଣ, ଫ୍ରାନ୍ସରେ ୨୪,୦୮୭ ଜଣ, ୟୁକେରେ ୨୬, ୦୯୭ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାବାଦ ଅନ୍ୟ ଦେଶ ଗୁଡ଼ିକରେ ମୃତକଙ୍କ ସଂଖ୍ୟା ୬,୫୦୦ ତଳେ ରହିଛି।

Related story