ଦେଶରେ କରୋନାର ସ୍ଥିତି ନେଇ ନୀତି ଆୟୋଗ ରଖିଲା ମତ

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାର କହିଛନ୍ତି ମହାମାରୀ କରୋନା ଏବେ ନିୟନ୍ତ୍ରଣରେ ରହିଛି। ନିକଟରେ ଏକ ଗବେଷଣା ହୋଇଛି ଯେଉଁଥିରେ ଦେଶରେ ଥଣ୍ଡା, ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିନଥିବା ସରକାର କହିଛନ୍ତି। ଦେଶରେ ନିମୋନିଆ ଏବଂ ଜ୍ୱରରେ ଆକ୍ରାନ୍ତ ଥିବା ରୋଗୀଙ୍କ ଉପରେ ସରକାର ନଜର ରଖିଛନ୍ତି। ହସ୍ପିଟାଲରେ ଏହି ରୋଗ ପାଇଁ ଲମ୍ୱା ଲାଇନ ନଥିବା ସରକାର କହିଛନ୍ତି। ତେବେ ଏହି ଦୁଇ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ଅଧିକ ମାତ୍ରାରେ ବିକ୍ରି […]

NITI AYOGA

Subhransu Sekhar
  • Published: Friday, 24 April 2020
  • , Updated: 24 April 2020, 10:33 PM IST

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାର କହିଛନ୍ତି ମହାମାରୀ କରୋନା ଏବେ ନିୟନ୍ତ୍ରଣରେ ରହିଛି। ନିକଟରେ ଏକ ଗବେଷଣା ହୋଇଛି ଯେଉଁଥିରେ ଦେଶରେ ଥଣ୍ଡା, ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିନଥିବା ସରକାର କହିଛନ୍ତି।

ଦେଶରେ ନିମୋନିଆ ଏବଂ ଜ୍ୱରରେ ଆକ୍ରାନ୍ତ ଥିବା ରୋଗୀଙ୍କ ଉପରେ ସରକାର ନଜର ରଖିଛନ୍ତି। ହସ୍ପିଟାଲରେ ଏହି ରୋଗ ପାଇଁ ଲମ୍ୱା ଲାଇନ ନଥିବା ସରକାର କହିଛନ୍ତି। ତେବେ ଏହି ଦୁଇ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ଅଧିକ ମାତ୍ରାରେ ବିକ୍ରି ହୋଇନଥିବା ନୀତି ଆୟୋଗର ସଦସ୍ୟ ଭି.କେ ପାଉଲ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ କରୋନା ପରୀକ୍ଷା ଅଧିକ ହେବା ପରେ ମଧ୍ୟ ଆକ୍ରାନ୍ତଙ୍କ ଆନୁପାତିକ ବୃଦ୍ଧି ବଢ଼ିନାହିଁ। ତେଣୁ ଏବେ କରୋନାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏଯାବତ ଦେଶରେ ୨୩,୦୦୦ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୧୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୭ ମିଲିୟନ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୧.୯ ଲକ୍ଷକୁ ବୃଦ୍ଧି ପାଇଛି।

Related story