ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ସାମାନ୍ୟ ହ୍ରାସ ପାଇଥିଲେ ହେଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ଏବେ କରୋନା ଜନିତ ମୃତ୍ୟୁସଂଖ୍ୟା ଲକ୍ଷେ ମୁହାଁ ହେଲାଣି। ଆଜି ସୁଦ୍ଧା ଦେଶରେ ୯୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ଟପିଲାଣି। ସେହିପରି ୨୪ ଘଣ୍ଟାରେ ୮୬,୪୨୮ ଲୋକ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ […]

u

Hemant Lenka
  • Published: Wednesday, 30 September 2020
  • , Updated: 30 September 2020, 02:58 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ସାମାନ୍ୟ ହ୍ରାସ ପାଇଥିଲେ ହେଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ଏବେ କରୋନା ଜନିତ ମୃତ୍ୟୁସଂଖ୍ୟା ଲକ୍ଷେ ମୁହାଁ ହେଲାଣି। ଆଜି ସୁଦ୍ଧା ଦେଶରେ ୯୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ଟପିଲାଣି। ସେହିପରି ୨୪ ଘଣ୍ଟାରେ ୮୬,୪୨୮ ଲୋକ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୮୦,୪୭୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨,୨୫,୭୬୪ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ୧୧୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୯୭,୪୯୭କୁ ବୃଦ୍ଧି ପାଇଛି।

ତେବେ ୨୪ ଘଣ୍ଟାରେ ୮୬,୪୨୮ ଜଣ ସୁସ୍ଥ ହେବାରୁ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୧,୮୭,୮୨୫କୁ ଛୁଇଁଛି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ ସଂଖ୍ୟା ୯,୪୦,୪୪୧ ରହିଛି।

ଅନ୍ୟପକ୍ଷରେ ଏଯାଏ ଦେଶରେ ୭,୪୧,୯୬, ୭୨୯ଟି ନମୁନା ପରୀକ୍ଷା କରାଗଲାଣି। କେବଳ ସେପ୍ଟେମ୍ବର ୨୯ରେ ୧୦, ୮୬, ୬୮୮ଟି ନମୁନା ପରୀକ୍ଷା କରାଯାଇଛି।

Related story