ଚିକିତ୍ସା କରିବାକୁ ମନାକଲେ ୩ ହସ୍ପିଟାଲ, ୨୮ ଦିନର ଯୁଦ୍ଧ ପରେ ହାରିଗଲେ କରୋନା ଯୋଦ୍ଧା

ବେଙ୍ଗାଲୁରୁ: ଲୋକଙ୍କ ଚିକିତ୍ସା କରିବା ବେଳେ କେତେବେଳେ ସେ କରୋନାରେ ଆକ୍ରାନ୍ତ ହୋଇଗଲେ ଜାଣିପାରିଲେ ନାହିଁ। ଚିକିତ୍ସା ପାଇଁ ୩ଟି ଘରୋଇ ହସ୍ପିଟାଲକୁ ଯାଇଥିଲେ ହେଁ ସେଠାରେ ଏହି କରୋନା ଯୋଦ୍ଧା ଡାକ୍ତରଙ୍କୁ ଚିକିତ୍ସା ନ କରି ଫେରାଇ ଦିଆଗଲା। ଶେଷରେ ୨୮ ଦିନ କାଳ ଭାଇରସ ସହ ଯୁଦ୍ଧ କଲେ। କିନ୍ତୁ ୫୦ ବର୍ଷୀୟ କରୋନା ଯୋଦ୍ଧା ଜଣଙ୍କ ଗୁରୁବାର ଏହି ଯୁଦ୍ଧରେ ହାରି ଯାଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ୫୦ […]

f

Hemant Lenka
  • Published: Thursday, 23 July 2020
  • , Updated: 23 July 2020, 11:49 AM IST

ବେଙ୍ଗାଲୁରୁ: ଲୋକଙ୍କ ଚିକିତ୍ସା କରିବା ବେଳେ କେତେବେଳେ ସେ କରୋନାରେ ଆକ୍ରାନ୍ତ ହୋଇଗଲେ ଜାଣିପାରିଲେ ନାହିଁ। ଚିକିତ୍ସା ପାଇଁ ୩ଟି ଘରୋଇ ହସ୍ପିଟାଲକୁ ଯାଇଥିଲେ ହେଁ ସେଠାରେ ଏହି କରୋନା ଯୋଦ୍ଧା ଡାକ୍ତରଙ୍କୁ ଚିକିତ୍ସା ନ କରି ଫେରାଇ ଦିଆଗଲା। ଶେଷରେ ୨୮ ଦିନ କାଳ ଭାଇରସ ସହ ଯୁଦ୍ଧ କଲେ। କିନ୍ତୁ ୫୦ ବର୍ଷୀୟ କରୋନା ଯୋଦ୍ଧା ଜଣଙ୍କ ଗୁରୁବାର ଏହି ଯୁଦ୍ଧରେ ହାରି ଯାଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି।

୫୦ ବର୍ଷୀୟ ଡାକ୍ତର ମଞ୍ଜୁନାଥ ଏସ୍‌ଟିଙ୍କ କୋଭିଡ୍‌ ଡ୍ୟୁଟି କନକପୁରା ସ୍ଥିତ ଚିକ୍କାମୁଡାଭାଡି ପ୍ରାଇମେରୀ ହେଲଥ ସେଣ୍ଟରରେ ପଡ଼ିଥିଲା। ଏହି ସମୟରେ ସେ ଲୋକଙ୍କ କଥା ବୁଝୁବୁଝୁ ନିଜେ କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ। ଏହାପୂର୍ବରୁ ତାଙ୍କ ପରିବାରର ଆଉ ଜଣେ ସଦସ୍ୟ ମଧ୍ୟ ଦୁଇ ତଳେ କରୋନା ପଞ୍ଝାରେ ପଡ଼ି ଜୀବନ ହରାଇଥିଲେ।

ଜୁନ୍‌ ୨୫ରେ ଡା.ମଞ୍ଜୁନାଥଙ୍କ ଜ୍ୱର ବଢ଼ିବା ସହ ସେ ଅଣନିଶ୍ୱାଃସି ହୋଇପଡ଼ିଥିଲେ। କରୋନା ପାଇଁ ତାଙ୍କର ଟେଷ୍ଟ କରାଯାଇଥିଲେ ହେଁ ରିପୋର୍ଟ ଆସି ନଥିଲା। ତେଣୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଘରୋଇ ହସ୍ପିଟାଲକୁ ନେଇଥଲେ। ହେଲେ ବେଡ୍‌ ନଥିବା ଆଳ ଦେଖାଇ ଓ କରୋନା ଟେଷ୍ଟ ରିପୋର୍ଟ ଆସି ନଥିବାରୁ ୩ଟି ଘରୋଇ ହସ୍ପିଟାଲ ତାଙ୍କୁ ଫେରାଇ ଦେଇଥିଲେ।

ଶେଷରେ ୪ର୍ଥ ଘରୋଇ ହସ୍ପିଟାଲ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲା। ହେଲେ ଡା. ମଞ୍ଜୁନାଥଙ୍କ ସହ ଥିବା ୪ ଜଣ ସହଯୋଗୀ ଏହାକୁ ବିରୋଧୀ କରି ହସ୍ପିଟାଲ ଆଗରେ ବସି ରହିଥିଲେ। ଶେଷରେ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଚିକିତ୍ସା ଆରମ୍ଭ କରିଥିଲେ।

ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। କିନ୍ତୁ ଜୁଲାଇ ୯ରେ ହଠାତ୍‌ ତାଙ୍କ ଅବସ୍ଥା ପୁଣିଥରେ ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଏମସିଆରଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଭେଣ୍ଟିଲେଟରରେ ଥିଲେ। କିନ୍ତୁ ଆଜି ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ଡା. ମଞ୍ଜୁନାଥଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ତାଙ୍କ ପତ୍ନୀ ଓ ୧୪ ବର୍ଷୀୟ ପୁଅ ରହିଛନ୍ତି।

Related story