ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ମୃତ୍ୟହାର ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୫ ହଜାର ପାର କରିଯାଇଛି। ତଥାପି ଦେଶରେ ମୃତ୍ୟୁହାର ୨%ରୁ କମ ରହିଥିବା ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏବେ ଦେଶରେ କରୋନା ମୃତ୍ୟୁହାର ୧.୯୯%କୁ ଖସି ଆସିଛି। ଗତ ମାସରେ ଦେଶରେ ମୃତ୍ୟୁହାର ୨.୭୦% ରହିଥିବା ବେଳେ ଜୁନ୍‌ ୧୧ରେ ଏହା ୨.୮୩% ରହିଥିଲା। ତେଣୁ ଦେଶରେ […]

uh

Hemant Lenka
  • Published: Tuesday, 11 August 2020
  • , Updated: 11 August 2020, 06:45 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ମୃତ୍ୟହାର ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୫ ହଜାର ପାର କରିଯାଇଛି। ତଥାପି ଦେଶରେ ମୃତ୍ୟୁହାର ୨%ରୁ କମ ରହିଥିବା ସରକାର କହିଛନ୍ତି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏବେ ଦେଶରେ କରୋନା ମୃତ୍ୟୁହାର ୧.୯୯%କୁ ଖସି ଆସିଛି। ଗତ ମାସରେ ଦେଶରେ ମୃତ୍ୟୁହାର ୨.୭୦% ରହିଥିବା ବେଳେ ଜୁନ୍‌ ୧୧ରେ ଏହା ୨.୮୩% ରହିଥିଲା। ତେଣୁ ଦେଶରେ ଠିକଣା ସମୟରେ କଣ୍ଟାକ୍ଟ ଟ୍ରେସିଂ ହୋଇପାରୁ ଥିବାରୁ ମୃତ୍ୟୁସଂଖ୍ୟା କମ ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ ସମଗ୍ର ବିଶ୍ୱ ତୁଳନାରେ ଭାରତରେ ମୃତ୍ୟୁହାର ସବୁଠାରୁ କମ।

ଭାରତରେ ବର୍ତ୍ତମାନ ୨୨ ଲକ୍ଷ ୭୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୫ ହଜାର ଉପରେ ରହିଛି। ବିଶ୍ୱରେ କରୋନା ପ୍ରଭାବିତ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି।

Related story