ହସ୍ପିଟାଲରୁ ଖସି ଯାଇଥିଲେ କରୋନା ଆକ୍ରାନ୍ତ, ବୁଦା ମୂଳରୁ ମିଳିଲା ମୃତଦେହ

ପ୍ରାୟଗରାଜ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ହସ୍ପିଟାଲରୁ ଖସି ଯାଇଥିଲେ। ହସ୍ପିଟାଲରୁ ଖସି ଯିବାର ଗୋଟିଏ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ହସ୍ପିଟାଲ ଠାରୁ ୫୦୦ ମିଟର ଦୂର ଗୋଟିଏ ବୁଦା ମୂଳରୁ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ୫୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ହସ୍ପିଟାଲରୁ ଚାଲିଚାଲି […]

y

Hemant Lenka
  • Published: Monday, 27 July 2020
  • , Updated: 27 July 2020, 01:45 PM IST

ପ୍ରାୟଗରାଜ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ହସ୍ପିଟାଲରୁ ଖସି ଯାଇଥିଲେ। ହସ୍ପିଟାଲରୁ ଖସି ଯିବାର ଗୋଟିଏ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ହସ୍ପିଟାଲ ଠାରୁ ୫୦୦ ମିଟର ଦୂର ଗୋଟିଏ ବୁଦା ମୂଳରୁ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

୫୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ହସ୍ପିଟାଲରୁ ଚାଲିଚାଲି ବାହାରକୁ ଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣା ପାଇଁ ପରିବାର ଲୋକ ହସ୍ପିଟାଲକୁ ଦାୟୀ କରିଛନ୍ତି। ହସ୍ପିଟାଲରେ ନିର୍ଯାତନାର ଶିକାର ହେବା ପରେ ବ୍ୟକ୍ତି ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ହେଲେ ଏହାକୁ ହସ୍ପିଟାଲ ପକ୍ଷରୁ ଖଣ୍ଡନ କରାଯାଇଛି।

ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ କରୋନାରେ ଆକ୍ରାନ୍ତ ହୋଇ ପ୍ରୟାଗରାଜର ସ୍ୱରୂପ ରାଣୀ ନେହରୁ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ସେ ଠିକ ଭାବେ ନିଶ୍ୱାସ ନେଇପାରୁ ନଥିଲେ। ଶନିବାର ସେ ପରିବାର ଲୋକଙ୍କୁ ଫୋନ କରିଥିଲେ। ସେ ପରିବାର ଲୋକଙ୍କୁ କହିଥିଲେ ଯେ ଗତକାଲି ରାତି ତମାମ ମୋ ପାଟି ସଂପୂର୍ଣ୍ଣ ରୂପେ ଶୁଖିଯାଉଥିଲା। ଭେଣ୍ଟିଲେଟରରେ ରଖାଯାଇଥିଲେ ମଧ୍ୟ ମୁଁ ଅଣନିଶ୍ୱାସୀ ହୋଇଯାଉଥିଲି।

ମୁଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ କହିଥିଲେ ହେଁ କେହି ବି ମୋ କଥା ଶୁଣୁନାହାନ୍ତି। ସମ୍ଭବତଃ ବ୍ୟକ୍ତି ଜଣଙ୍କ ହସ୍ପିଟାଲରୁ ଖସି ଯିବା ପୂର୍ବରୁ ଏଭଳି କଥା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଏହାର ଅଡିଓ କ୍ଲିପ ଜାରି କରିଛନ୍ତି।

ହସ୍ପିଟାଲର ସିସିଟିଭ ଫୁଟେଜ ଅନୁସାରେ, ଶନିବାର ଅପରାହ୍ନ ପ୍ରାୟ ୪.୩୦ରେ ବ୍ୟକ୍ତି ଜଣଙ୍କ କୋଭିଡ୍‌ ୱାର୍ଡରୁ ବାହାରି ଚାଲିଚାଲି ଯାଉଥିବା ଦୃଶ୍ୟ ରେକର୍ଡ କରାଯାଇଛି। ଏହାର ୩୦ ସେକେଣ୍ଡ ପରେ ୩୦ରୁ ଅଧିକ ଲୋକ ସମାନ ଗେଟ୍‌ ଦେଇ ବାହାରକୁ ଆସୁଥିବା ଆସିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ବୁଝାସୁଝା କରିବା ପାଇଁ ସେମାନେ ଯାଉଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏନେଇ ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି।

Related story