ଏଥର ବି ବାଣ ବିକ୍ରି ବନ୍ଦ: ନିଷେଧାଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଏଥର ନିଶବ୍ଦରେ ପାଳିତ ହୋଇପାରେ ଦୀପାବଳି । କାରଣ ଦୀପାବଳୀ ଅବସରରେ ଦିଲ୍ଲୀ ଏବଂ NCR ଅଞ୍ଚଳରେ ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ନଭେମ୍ବର ୧୧ ତାରିଖରେ ବାଣ ବିକ୍ରି ଉପରେ ନେଇଥିବା ଏହି ନିଷ୍ପତ୍ତି ଚଳିତ ବର୍ଷ ବି ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ଲାଇସେନ୍‌ସକୁ ରଦ୍ଦ କରି ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ନଭେମ୍ବର ୧ ତାରିଖରୁ ବିକ୍ରେତାମାନେ ବାଣ ବିକ୍ରି କରିପାରିବେ। […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 09:10 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଏଥର ନିଶବ୍ଦରେ ପାଳିତ ହୋଇପାରେ ଦୀପାବଳି । କାରଣ ଦୀପାବଳୀ ଅବସରରେ ଦିଲ୍ଲୀ ଏବଂ NCR ଅଞ୍ଚଳରେ ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ନଭେମ୍ବର ୧୧ ତାରିଖରେ ବାଣ ବିକ୍ରି ଉପରେ ନେଇଥିବା ଏହି ନିଷ୍ପତ୍ତି ଚଳିତ ବର୍ଷ ବି ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ଲାଇସେନ୍‌ସକୁ ରଦ୍ଦ କରି ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ନଭେମ୍ବର ୧ ତାରିଖରୁ ବିକ୍ରେତାମାନେ ବାଣ ବିକ୍ରି କରିପାରିବେ।

ବଢ଼ୁଥିବା ପ୍ରଦୂଷଣ ପାଇଁ ଦିଲ୍ଲୀରେ ବାଣ ବିକ୍ରି ଉପରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ମାମଲାରେ ବିଚାର କରି ପ୍ରଦୂଷଣ ରୋକିବା ପାଇଁ ବାଣ ବିକ୍ରି ଉପରେ କଟକଣା ସୁପ୍ରିମକୋର୍ଟ ଲଗାଇଛନ୍ତି।

Related story