ବାପା 'ଜାଗୁଆର' ଦେଲେନି ବୋଲି ପୁଅ 'ବିଏମ୍‌ଡବ୍ଲୁ' କାର୍ ଭସେଇଦେଲା

ହରିଆଣା: ରାଗିଗଲେ କେହି କିଛି ବି କରିପାରେ ବୋଲି କୁହାଯାଏ। କିନ୍ତୁ ତା’ର କିଛି ସୀମା ସରହଦ ଥାଏ। ଯଦି ଆପଣଙ୍କୁ କେହି କହେ, ରାଗରେ ମୁଁ ମୋ ବିଏମ୍‌ଡବ୍ଲୁ କାର ଭସେଇଦେଲି, କେମିତି ଲାଗିବ। ଆଜ୍ଞା ସେଭଳି ଏକ ଘଟଣା ଘଟିଛି। ଆଉ ତା’ର କାରଣ ହେଉଛି ଏହି ଯୁବକଙ୍କ ବାପା ତାଙ୍କୁ ଦାମୀ ଜାଗୁଆର କାର୍‌ ଦେବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଭିଆଇଛି। ଏହାର ଏକ ଭିଡିଓ ମଧ୍ୟ ଆସିଛି। ଯେଉଁଥିରେ […]

bmw

Subrat Kumar Nayak
  • Published: Friday, 09 August 2019
  • , Updated: 09 August 2019, 07:59 PM IST

ହରିଆଣା: ରାଗିଗଲେ କେହି କିଛି ବି କରିପାରେ ବୋଲି କୁହାଯାଏ। କିନ୍ତୁ ତା’ର କିଛି ସୀମା ସରହଦ ଥାଏ। ଯଦି ଆପଣଙ୍କୁ କେହି କହେ, ରାଗରେ ମୁଁ ମୋ ବିଏମ୍‌ଡବ୍ଲୁ କାର ଭସେଇଦେଲି, କେମିତି ଲାଗିବ। ଆଜ୍ଞା ସେଭଳି ଏକ ଘଟଣା ଘଟିଛି। ଆଉ ତା’ର କାରଣ ହେଉଛି ଏହି ଯୁବକଙ୍କ ବାପା ତାଙ୍କୁ ଦାମୀ ଜାଗୁଆର କାର୍‌ ଦେବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଭିଆଇଛି।

ଏହାର ଏକ ଭିଡିଓ ମଧ୍ୟ ଆସିଛି। ଯେଉଁଥିରେ ଏକ ବିଏମ୍‌ଡବ୍ଲୁ ନଦୀର ପାଣି ଭିତରେ ଭାସିଭାସି ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଉଦ୍ଧାର କରିବାକୁ ଏକ ଟିମ୍‌ ମଧ୍ୟ ପହଞ୍ଚିଥିବା ଜଣାପଡ଼ୁଛି। ଏହି ଚାଳକକୁ ଧରି ପୁଲିସ୍‌ ପଚରାଉଚରା ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ପଞ୍ଜାବ ଏବଂ ହରିଆଣାରେ ମହଙ୍ଗା କାର୍‌ ଚଲାଇବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ସେମାନେ ଜାଗୁଆର ବ୍ୟତୀତ ଲାମ୍ବୋର୍ଗିନି ଗାଡ଼ି ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି କାର୍‌ ସବୁର ମୂଲ୍ୟ ୪୦-୪୫ ଲକ୍ଷରୁ ଆରମ୍ଭ କରି ୧ କୋଟି ଯାଏ ରହିଛି। ବିଏମ୍‌ଡବ୍ଲୁ ମଧ୍ୟ ଏକ ଦାମୀ କାର। ଏହାର ଦାମ୍‌ ୩୦ରୁ ୩୫ ଲକ୍ଷ ମଧ୍ୟରେ ରହିଛି।

Related story