ଶ୍ରୀନଗରର ପ୍ରଥମ ମହିଳା ଆଇଜି ହେଲେ ଆଇପିଏସ ଚାରୁ ସିହ୍ନା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ସାବାଡ୍ କରିବା ପାଇଁ ଶ୍ରୀନଗରରେ ପ୍ରଥମ ଥର ପାଇଁ ସିଆରପିଏଫ୍ ଆଇଜି ଭାବରେ ଜଣେ ମହିଳା ଆଇପିଏସ୍ ଚାରୁ ସିହ୍ନାଙ୍କୁ ନିଯୁକ୍ତ କରିଛି। ଏହା ପୂର୍ବରୁ ଚାରୁ ଜମ୍ମୁ ସେକ୍ଟରରେ ନିୟୋଜିତ ଥିଲେ। ଚାରୁ ତେଲେଙ୍ଗାନା କ୍ୟାଡାରର ୧୯୯୬ ମସିହା ବ୍ୟାଚର ଆଇପିଏସ୍ ଅଧିକାରୀ। ତିନି ବର୍ଷ ପୂର୍ବେ ଚାରୁଙ୍କୁ ତେଲେଙ୍ଗାନାରୁ ସିଆରପିଏଫକୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଥିଲା। ସିଆରପିଏଫର ମୁଖ୍ୟ କାର୍ଯ୍ୟାଳୟ ବିହାରରେ ତାଙ୍କୁ ଆଇଜି ଭାବରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆଇପିଏସ […]

charu-sinha

Subhransu Sekhar
  • Published: Tuesday, 01 September 2020
  • , Updated: 01 September 2020, 04:27 PM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ସାବାଡ୍ କରିବା ପାଇଁ ଶ୍ରୀନଗରରେ ପ୍ରଥମ ଥର ପାଇଁ ସିଆରପିଏଫ୍ ଆଇଜି ଭାବରେ ଜଣେ ମହିଳା ଆଇପିଏସ୍ ଚାରୁ ସିହ୍ନାଙ୍କୁ ନିଯୁକ୍ତ କରିଛି। ଏହା ପୂର୍ବରୁ ଚାରୁ ଜମ୍ମୁ ସେକ୍ଟରରେ ନିୟୋଜିତ ଥିଲେ। ଚାରୁ ତେଲେଙ୍ଗାନା କ୍ୟାଡାରର ୧୯୯୬ ମସିହା ବ୍ୟାଚର ଆଇପିଏସ୍ ଅଧିକାରୀ।

ତିନି ବର୍ଷ ପୂର୍ବେ ଚାରୁଙ୍କୁ ତେଲେଙ୍ଗାନାରୁ ସିଆରପିଏଫକୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଥିଲା। ସିଆରପିଏଫର ମୁଖ୍ୟ କାର୍ଯ୍ୟାଳୟ ବିହାରରେ ତାଙ୍କୁ ଆଇଜି ଭାବରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆଇପିଏସ ଚାରୁ ନକ୍ସଲ ବିରୋଧୀ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବିହାର ସେକ୍ଟର ପରେ ତାଙ୍କୁ ଜମ୍ମୁ କଶ୍ମୀରର ଜମ୍ମୁ ସେକ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ସିହ୍ନାଙ୍କ ନେତୃତ୍ୱରେ ଆତଙ୍କବାଦୀଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ୍ କରାଯାଇଛି।

ଶ୍ରୀନଗରରେ ସିଆରପିଏଫ ୟୁନିଟ୍ ୨୦୦୫ରେ ଆରମ୍ଭ ହୋଇଥିଲା। ଜମ୍ମୁ କଶ୍ମୀରର ସୁରକ୍ଷା ଦାୟିତ୍ୱରେ ସ୍ଥାନୀୟ ପୁଲିସ ସହିତ ସିଆରପିଏଫ ନିୟୋଜିତ ରହିଛି। ଜମ୍ମୁ କଶ୍ମୀରର ତିନୋଟି ଜିଲ୍ଲା ସିଆରପିଏଫର ଶ୍ରୀନଗର ଅଧୀନରେ ଥିଲେ। ଯେଉଁଥିରେ ବଡ଼ଗାମ୍, ଗାନ୍ଦେରବଲ, ଶ୍ରୀନଗର ଏବଂ ଲଦାଖର ସାମିଲ୍ ହୋଇଥିଲା।

Related story