କହ୍ନେୟା କୁମାରଙ୍କୁ ଟାର୍ଗେଟ୍ କଲେ ମହିଳା କନଷ୍ଟେବଳ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆତଙ୍କବାଦ, ଦେଶ ବିରୋଧୀ ନାରା ଦେଉଥିବା ବ୍ୟକ୍ତି, ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଜଣେ ମହିଳା କନଷ୍ଟେବଳ ଚେତାବନୀ ଦେଇଛନ୍ତି। ଯାହାର ଭିଡିଓ ଏବେ ଖୁବ୍ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ସିଆରପିଏଫର ମହିଳା କନଷ୍ଟେବଳ ଖୁସବୁ ଚୌହ୍ୱାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶ ପ୍ରେମର ଉଦବୋଧନ ଦେଇଛନ୍ତି। ବାରମ୍ୱାର ଦେଶ ବିରୋଧରେ ମନ୍ତବ୍ୟ ଦେଉଥିବା କହ୍ନେୟା କୁମାରଙ୍କୁ ଟାର୍ଗେଟ୍ କରି ଖୁସବୁ କହିଛନ୍ତି “ଭାରତର ଝିଅ ଏବଂ ଭାରତୀୟ ସେନା ପକ୍ଷରୁ ମୁଁ ଘୋଷଣା […]

KANHEYA VS KHUSBU

Subhransu Sekhar
  • Published: Friday, 04 October 2019
  • , Updated: 04 October 2019, 05:02 PM IST

ନୂଆଦିଲ୍ଲୀ: ଆତଙ୍କବାଦ, ଦେଶ ବିରୋଧୀ ନାରା ଦେଉଥିବା ବ୍ୟକ୍ତି, ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଜଣେ ମହିଳା କନଷ୍ଟେବଳ ଚେତାବନୀ ଦେଇଛନ୍ତି। ଯାହାର ଭିଡିଓ ଏବେ ଖୁବ୍ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ସିଆରପିଏଫର ମହିଳା କନଷ୍ଟେବଳ ଖୁସବୁ ଚୌହ୍ୱାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶ ପ୍ରେମର ଉଦବୋଧନ ଦେଇଛନ୍ତି।

ବାରମ୍ୱାର ଦେଶ ବିରୋଧରେ ମନ୍ତବ୍ୟ ଦେଉଥିବା କହ୍ନେୟା କୁମାରଙ୍କୁ ଟାର୍ଗେଟ୍ କରି ଖୁସବୁ କହିଛନ୍ତି “ଭାରତର ଝିଅ ଏବଂ ଭାରତୀୟ ସେନା ପକ୍ଷରୁ ମୁଁ ଘୋଷଣା କରୁଛି ଯେଉଁ ଘରେ ଅଫଜଲ ବାହାରିବ ସେହି ଘରେ ପଶି ମାରିବୁ। ଯେଉଁ କୂଳରୁ ଅଫଜଲ ଜନ୍ମ ନେବାକୁ ଥିବ ସେହି କୂଳରେ ବଢ଼ିବାକୁ ଦେବୁନି। ଉଠ ଦେଶର ବୀର ଯବାନ ସିଂହ ହୋଇ ଛିଡ଼ା ହୁଅ, କହ୍ନେୟା ଛାତିରେ ତ୍ରିରଙ୍ଗା ପୋତି ଦିଅ”।

ସେ ଆହୁରି କହିଛନ୍ତି ଯେଉଁ ହାତ ସେନାର ହାତ ବାନ୍ଧିଦେବ ସେ କି ମାନବାଧିକାର। ଯେତେବେଳେ ପୁଲଓ୍ୱାମାରେ ୪୪ ଯବାନ, ଛତିଶଗଡ଼ରେ ୭୬ ଯବାନ ସହିଦ ହୋଇଥିଲେ ସେତେବେଳେ ଆମ ସପକ୍ଷରେ କେହି ମାନବାଧିକାରର ଦ୍ୱାହି ଦେଉଥିବା ବ୍ୟକ୍ତି ନଥିଲେ। ଏବେ ଜେଏନୟୁରେ ଦେଶଦ୍ରୋହୀ ନାରା ଶୁଭିବାବେଳେ କୁଆଡୁ ଆସିଲେ ମାନବାଧିକାର ପ୍ରେମୀ ବୋଲି ଖୁସବୁ କହିଛନ୍ତି।


ଭାଇରାଲ ହୋଇଥିବା ଏହି ଭିଡିଓଟି ସେପ୍ଚେମ୍ୱର ୨୭ର। ସିଆରପିଏଫ ଦିଲ୍ଲୀରେ ଆୟୋଜିତ ଏକ ବିତର୍କ ପ୍ରତିଯୋଗିତା ଅବସରରେ ମହିଳା କନଷ୍ଟେବଳ ଖୁସବୁ ଚୌହ୍ୱାନ ଏପରି କହିଥିବା ଦେଖିବାକୁ ମିଳିଛି। ବିତର୍କର ବିଷୟ ବସ୍ତୁ ଥିଲା ମାନବାଧିକାରକୁ ଦ୍ୱାହି ଦେଇ ଆତଙ୍କବାଦକୁ ନିପାତ କରିହେବ କି?

Related story