ପଟେଲଙ୍କୁ ସଂରକ୍ଷଣ ଦାବି: ଗୁଜରାଟର ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି

ଅହମ୍ମଦାବାଦ: ଗୁଜରାଟରେ ଜୋର ଧରୁଛି ପଟେଲ୍ ସଂରକ୍ଷଣ ଦାବି ଆନ୍ଦୋଳନ। ପଟେଲ ସମ୍ପ୍ରଦାୟକୁ ଓବିସି ମାନ୍ୟତା ଦାବିରେ ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସେପଟେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଗୃହମନ୍ତ୍ରୀ ରଜନୀ ପଟେଲଙ୍କ ବାସଭବନରେ ନିଆଁ ଲଗାଇଦେବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଅହମ୍ମଦାବାଦ, ସୁରତ, ବଡେ଼ାଦରା, ମହସେନାର କେତେକ ଅଞ୍ଚଳରେ ୧୪୪ ଧାରା ଜାରି ହେବା ସହ ଅଧିକ ଫୋର୍ସ ମୁତୟନ ଲାଗି ଗୁଜରାଟ ସରକାର କେନ୍ଦ୍ରର ସାହାଯ୍ୟ ଲୋଡ଼ିଛନ୍ତି। ସ୍ଥାନୀୟ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଅସ୍ଥାୟୀ […]

Curfew in parts of Gujarat amid bandh call today by Hardik Patel-2

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 10:19 AM IST

ଅହମ୍ମଦାବାଦ: ଗୁଜରାଟରେ ଜୋର ଧରୁଛି ପଟେଲ୍ ସଂରକ୍ଷଣ ଦାବି ଆନ୍ଦୋଳନ। ପଟେଲ ସମ୍ପ୍ରଦାୟକୁ ଓବିସି ମାନ୍ୟତା ଦାବିରେ ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସେପଟେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଗୃହମନ୍ତ୍ରୀ ରଜନୀ ପଟେଲଙ୍କ ବାସଭବନରେ ନିଆଁ ଲଗାଇଦେବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଅହମ୍ମଦାବାଦ, ସୁରତ, ବଡେ଼ାଦରା, ମହସେନାର କେତେକ ଅଞ୍ଚଳରେ ୧୪୪ ଧାରା ଜାରି ହେବା ସହ ଅଧିକ ଫୋର୍ସ ମୁତୟନ ଲାଗି ଗୁଜରାଟ ସରକାର କେନ୍ଦ୍ରର ସାହାଯ୍ୟ ଲୋଡ଼ିଛନ୍ତି। ସ୍ଥାନୀୟ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଅସ୍ଥାୟୀ ଭାବେ ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ବିନା ଅନୁମତିରେ ଅହମଦାବାଦରେ ସାଧାରଣ ସଭା ଆୟୋଜନ କରିବାରୁ ପୋଲିସ ସଭାସ୍ଥଳରେ ପହଞ୍ଚି ସମର୍ଥକଙ୍କ ଉପରକୁ ଲାଠି ଚାର୍ଜ କରିବା ସହ ହାର୍ଦ୍ଦିକ ପଟେଲଙ୍କୁ ଅଟକ ରଖିଥିଲା। ଫଳରେ ଅହମଦାବାଦ, ସୁରତ, ମେହସାନା, ରାଜକୋଟ ଏବଂ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ସମର୍ଥକ ମାନେ ହିଂସାକାଣ୍ଡ ଘଟାଇଥିଲେ। ଏହା ପରେ ପୋଲିସ ହାର୍ଦ୍ଦିକଙ୍କୁ ଛାଡ଼ିଦେଇଥିଲା। ୨୧ ବର୍ଷିୟ ହାର୍ଦ୍ଦିକ ପଟିଦାର୍ ଅନାମାତ୍ ଆନ୍ଦୋଳନ ସମିତିର ଆବାହକ। ମୁଖ୍ୟମନ୍ତ୍ରୀ ତାଙ୍କ ନିକଟକୁ ଆସି ସ୍ମାରକପତ୍ର ଗ୍ରହଣ ନ କରିବା ଯାଏଁ ସେ ଅନଶନ ଜାରି ରଖିବେ ବୋଲି କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ ଲୋକଙ୍କୁ ଶାନ୍ତିରକ୍ଷା ପାଇଁ ଟ୍ୱିଟ୍ କରି ନିବେଦନ କରିଛନ୍ତି।

Related story