ମହଙ୍ଗା ହେଲା ଏହିସବୁ ଇଲୋକ୍ଟ୍ରୋନିକ୍‌ ସାମଗ୍ରୀ

ନୂଆଦିଲ୍ଲୀ: ମହଙ୍ଗା ହୋଇଛି ଇଲୋକ୍ଟ୍ରୋନିକ୍‌ ସାମଗ୍ରୀ। ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ମୋବାଇଲ୍‌ ଫୋନ୍‌, ଟିଭି, ମୋବାଇଲ୍‌ ପ୍ରୋଜେକ୍ଟର ଓ ୱାଟର ହିଟର ଭଳି ଇଲୋକ୍ଟ୍ରୋନିକ୍‌ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ବଢାଇ ଦେଇଛନ୍ତି। ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ସୂଚନା ଅନୁଯାୟୀ ମୋବାଇଲ୍‌ ଫୋନ୍‌ ଓ ଟିଭି ପାଇଁ କଷ୍ଟ୍ୟୁମ ଡ୍ୟୁଟି ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ସେହିଭଳି ମନିଟର, ପ୍ରୋଜେକ୍ଟର,ୱାଟର ହିଟର ଓ ହେୟାର ଡ୍ରେସିଂ […]

electronic goods

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 08:16 PM IST

ନୂଆଦିଲ୍ଲୀ: ମହଙ୍ଗା ହୋଇଛି ଇଲୋକ୍ଟ୍ରୋନିକ୍‌ ସାମଗ୍ରୀ। ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ମୋବାଇଲ୍‌ ଫୋନ୍‌, ଟିଭି, ମୋବାଇଲ୍‌ ପ୍ରୋଜେକ୍ଟର ଓ ୱାଟର ହିଟର ଭଳି ଇଲୋକ୍ଟ୍ରୋନିକ୍‌ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ବଢାଇ ଦେଇଛନ୍ତି।

ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ସୂଚନା ଅନୁଯାୟୀ ମୋବାଇଲ୍‌ ଫୋନ୍‌ ଓ ଟିଭି ପାଇଁ କଷ୍ଟ୍ୟୁମ ଡ୍ୟୁଟି ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ସେହିଭଳି ମନିଟର, ପ୍ରୋଜେକ୍ଟର,ୱାଟର ହିଟର ଓ ହେୟାର ଡ୍ରେସିଂ ଉପକରଣରେ କଷ୍ଟ୍ୟୁମ ଡ୍ୟୁଟିକୁ ପୂର୍ବ ଅପେକ୍ଷ ଦୁଇଗୁଣ ଅର୍ଥାତ ୨୦ ପ୍ରତିଶତ ବଢ଼ାଇ ଦିଆଯାଇଛି। ସେହିଭଳି ଇଲେକ୍ଟ୍ରିକ୍‌ ଫିଲାମେଣ୍ଟ ଓ ଡିସ୍‌ଚାର୍ଜ ଲ୍ୟାମ୍ପ ଭଳି ସାମଗ୍ରୀ ପାଇଁ ମଧ୍ୟ କଷ୍ଟ୍ୟୁମ ଡ୍ୟୁଟିକୁ ବଢ଼ାଇ ଦିଆଯାଇଛି। ଚଳିତ ବର୍ଷ ଅକ୍ଟୋବର ମାସରେ  କେନ୍ଦ୍ର ସରକାର ପଲିଷ୍ଟର ଓ ଫେବ୍ରିକ୍ ଉପରେ ବେସିକ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତରୁ ୨୦ ପ୍ରତିଶତ ବଢ଼ାଇ ନିଷ୍ପତ୍ତି ନେଇଥିଲେ। ୨୦୧୮ ମାର୍ଚ୍ଚରେ ମାସରେ ଶେଷ ହେଉଥିବାରୁ ଆର୍ଥିକ ବର୍ଷ ସୁଦ୍ଧା ସରକାର କଷ୍ଟମ ଡ୍ୟୁଟି ଓ ଜିଏସ୍‌ଟିରୁ ୯.୬୮ ଲକ୍ଷ କୋଟି ଟଙ୍କା ରାଜସ୍ୱ ଲକ୍ଷ ରିଖିଛି।

Related story