ଚାରିଧାମର ଯାତ୍ରା ପାଇଁ ‘ଅଲ ୱେଦର ରୋଡ୍‌’ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ ରାଜ୍ୟ ଉତ୍ତରାଖଣ୍ଡ ଗସ୍ତରେ ଯାଇ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାର୍ମିକ ସ୍ଥଳରେ ଚାରିଧାମର ଯାତ୍ରା ପାଇଁ ଯିବାକୁ ଥିବା ସଡ଼କ ‘ଅଲ ୱେଦର ରୋଡ’ର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସ ପରେ ସହରର ପ୍ୟାରେଡ ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, “ଉତ୍ତରାଖଣ୍ଡର ବିକାଶ ପାଇଁ ମୁଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ଚାହୁଁନାହିଁ। ଆଜିର ଏହି ଶିଳାନ୍ୟାସ ସେହି ତୀର୍ଥଯାତ୍ରୀଙ୍କ ପାଇଁ  ଶ୍ରଦ୍ଧାଞ୍ଜଳୀ […]

pm-modi

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 03:22 PM IST

ଡେରାଡୁନ୍‌:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ ରାଜ୍ୟ ଉତ୍ତରାଖଣ୍ଡ ଗସ୍ତରେ ଯାଇ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାର୍ମିକ ସ୍ଥଳରେ ଚାରିଧାମର ଯାତ୍ରା ପାଇଁ ଯିବାକୁ ଥିବା ସଡ଼କ ‘ଅଲ ୱେଦର ରୋଡ’ର ଶିଳାନ୍ୟାସ କରିଛନ୍ତି।

ଶିଳାନ୍ୟାସ ପରେ ସହରର ପ୍ୟାରେଡ ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, “ଉତ୍ତରାଖଣ୍ଡର ବିକାଶ ପାଇଁ ମୁଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ଚାହୁଁନାହିଁ। ଆଜିର ଏହି ଶିଳାନ୍ୟାସ ସେହି ତୀର୍ଥଯାତ୍ରୀଙ୍କ ପାଇଁ  ଶ୍ରଦ୍ଧାଞ୍ଜଳୀ ଯେଉଁମାନେ କେଦାରନାଥ ଭୂସ୍ଖଳନରେ ପ୍ରାଣ ହରାଇଥିଲେ।”

ସେ ଏହା ମଧ୍ୟ କହିଛନ୍ତି, ଲେହ ରାଜପଥ ନିର୍ମାଣ ହେବା ପରେ ରାଜ୍ୟର ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ୧୦୦ବର୍ଷ ପର୍ଯ୍ୟନ୍ତ ଜନସାଧାରଣ ଏହାର ଲାଭ ଉଠାଇପାରିବେ।

ଭାରତୀୟ ଜନତା ପାର୍ଟିର ଉତ୍ତରାଖଣ୍ଡ ପ୍ରଦେଶ ଅଧ୍ୟକ୍ଷ ଅଜୟ ଭଟ୍ଟ କହିଛନ୍ତି, ଏହି ସଡ଼କ ନିର୍ମାଣ ହେବା ପରେ ଯାତ୍ରୀମାନେ ଏହି ତୀର୍ଥସ୍ଥଳୀ ଏବଂ ଶିଖ୍‌ମାନଙ୍କ ପ୍ରସିଦ୍ଧ ତୀର୍ଥସ୍ଥଳୀ ‘ହେମକୁଣ୍ଡ ସାହୀବ୍‌’ କୁ ସୁବିଧାରେ ଯାତ୍ରା କରିପାରିବେ।

Related story