୧୯ ବର୍ଷ ପରେ ବଦଳି ପାରନ୍ତି କଂଗ୍ରେସ ମଙ୍ଗୁଆଳ: ଆଜି CWCରେ ନିଷ୍ପତ୍ତି ସମ୍ଭାବନା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହୋଇପାରେ ପଦୋନ୍ନତି। ନେଇପାରନ୍ତି ମା ସୋନିଆଙ୍କ ସ୍ଥାନ।  ଆଜି ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସୁଥିବା ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଏହା ଉପରେ ଲାଗିପାରେ ମୋହର। ମା ସୋନିଆଙ୍କ ଭଳି ସେ ମଧ୍ୟ ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ। କାରଣ ବର୍ତ୍ତମାନ ସୁଦ୍ଧା ସଭାପତି ପଦ ପାଇଁ କେହି ଜଣେ ହେଲେ ଆବେଦନ କରିନାହାନ୍ତି। ତେଣୁ ଆଜିର ବୈଠକ କେବଳ ମାତ୍ର […]

dc-Cover-loq4ev07ce6bnghu0apqqs17k5-20171022174801.Medi

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 06:15 AM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହୋଇପାରେ ପଦୋନ୍ନତି। ନେଇପାରନ୍ତି ମା ସୋନିଆଙ୍କ ସ୍ଥାନ।  ଆଜି ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସୁଥିବା ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଏହା ଉପରେ ଲାଗିପାରେ ମୋହର। ମା ସୋନିଆଙ୍କ ଭଳି ସେ ମଧ୍ୟ ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ। କାରଣ ବର୍ତ୍ତମାନ ସୁଦ୍ଧା ସଭାପତି ପଦ ପାଇଁ କେହି ଜଣେ ହେଲେ ଆବେଦନ କରିନାହାନ୍ତି। ତେଣୁ ଆଜିର ବୈଠକ କେବଳ ମାତ୍ର ଔପଚାରିକ ବୋଲି କୁହାଯାଉଛି। ୧୯୯୮ରୁ ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସ ଅଧ୍ୟକ୍ଷା ପଦ ସମ୍ଭାଳିଛନ୍ତି ସୋନିଆ। ୨୦୧୩ ଜାନୁଆରୀରୁ ରାହୁଲ ଦଳର ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି। ସେ ସଭାପତି ପଦ ପାଇଁ ଇଚ୍ଛୁକ ଥିବା ମଧ୍ୟ ଗତ ସେପ୍ଟେମ୍ବରରେ ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆରେ କହିଥିଲେ। ସୋନିଆ ମଧ୍ୟ କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା ସିଧାସଳଖ କହିଥିଲେ। କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ରାହୁଲଙ୍କୁ ଖୋଲାଖୋଲି ସମର୍ଥନ କରିସାରିଛନ୍ତି। କଂଗ୍ରେସ ତାର ସାଂଗଠନିକ ନିର୍ବାଚନ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ସାରିବାକୁ ଡେଡ୍ଲାଇନ ଦେଇଛନ୍ତି ନିର୍ବାଚନ କମିଶନ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୧ ରହିଛି। ଯଦି ରାହୁଲଙ୍କ ବ୍ୟତୀତ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରନ୍ତି, ତେବେ ଡିସେମ୍ବର ୮ ତାରିଖରେ ନିର୍ବାଚନ ହେବ।

Related story