ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ୪ ଘଣ୍ଟା ଧରି ଚାଲିବ

କୋଲକାତା: ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ବାହ୍ୟ ଅଂଶ ପଶ୍ଚିମବଙ୍ଗର ଦିଘା ଅଞ୍ଚଳରେ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଅମ୍ଫାନ ଅପରାହ୍ନ ୪ଟାରୁ ତା’ର ସ୍ଥଳ ଭାଗ ଛୁଇଁବା ବା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ ବୋଲି କୁହାଯାଇଥିଲା। କିନ୍ତୁ ହଠାତ୍‌ ଏହାର ବେଗ ବଢ଼ି ଯିବାରୁ ଏହା ୨.୩୦ରୁ ଅମ୍ଫାନ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୪ […]

y

Hemant Lenka
  • Published: Wednesday, 20 May 2020
  • , Updated: 20 May 2020, 04:01 PM IST

କୋଲକାତା: ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ବାହ୍ୟ ଅଂଶ ପଶ୍ଚିମବଙ୍ଗର ଦିଘା ଅଞ୍ଚଳରେ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଅମ୍ଫାନ ଅପରାହ୍ନ ୪ଟାରୁ ତା’ର ସ୍ଥଳ ଭାଗ ଛୁଇଁବା ବା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ ବୋଲି କୁହାଯାଇଥିଲା।

କିନ୍ତୁ ହଠାତ୍‌ ଏହାର ବେଗ ବଢ଼ି ଯିବାରୁ ଏହା ୨.୩୦ରୁ ଅମ୍ଫାନ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିବ। ବାତ୍ୟା ଲ୍ୟାଣ୍ଡଫଲ କରୁଥିବାରୁ ପବର ବେଗ ୧୧୦ରୁ ୧୨୦ କିମି ରହିଛି। କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ଏନଡିଆରଏଫ ଟିମ୍‌ ପକ୍ଷରୁ ପୂର୍ବ ମେଦିନାପୁରରେ ଗଛ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି।


ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରୁଥିବା ଅମ୍ଫାନ ପ୍ରଭାବରେ ଦୀଘା ଓ ଏହାର ଆଖପାଖ ଅଞ୍ଚଳ ସହ ଓଡ଼ିଶାର ବାଲେଶ୍ୱର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଅନୁଭୂତ ହେଉଛି।

ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଦିଘାରେ ଏହା ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନ ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ୧୮୫ କିମି ରହିବ । ଲ୍ୟାଣ୍ଡଫଲ୍ ପରେ କୋଲକାତା ପାଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଏହା ଗତି କରିବ ବୋଲି ପୂର୍ବରୁ ସୂଚନା ଦେଇ ଶ୍ରୀ ବିଶ୍ୱାସ କହିଥିଲେ।

Related story