ଭୟଙ୍କର ରୂପ ନେଉଛି ବାତ୍ୟା ‘କ୍ୟାରା’

ନୂଆଦିଲ୍ଲୀ: ଓଡ଼ିଶାକୁ ବାତ୍ୟା ଭୟ ନାହିଁ ଗତକାଲି ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ହେଲେ ଆରବ ସାଗରରେ ଘନୀଭୂତ ହୋଇଥିବା ବାତ୍ୟା ‘କ୍ୟାର’ର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ ରହିଛି। ଆଜି ଭାରତୀୟ ପାଣିପାଗ ଏହା କହିଛି। ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ବାତ୍ୟା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ବୋଲି ଆଇଏମଡି କହିଛି। ‘କ୍ୟାରା’ର ପ୍ରଭାବରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ […]

kyara

Subhransu Sekhar
  • Published: Saturday, 26 October 2019
  • , Updated: 26 October 2019, 04:55 PM IST

ନୂଆଦିଲ୍ଲୀ: ଓଡ଼ିଶାକୁ ବାତ୍ୟା ଭୟ ନାହିଁ ଗତକାଲି ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ହେଲେ ଆରବ ସାଗରରେ ଘନୀଭୂତ ହୋଇଥିବା ବାତ୍ୟା ‘କ୍ୟାର’ର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ ରହିଛି। ଆଜି ଭାରତୀୟ ପାଣିପାଗ ଏହା କହିଛି। ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ବାତ୍ୟା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ବୋଲି ଆଇଏମଡି କହିଛି।

କ୍ୟାରାର ପ୍ରଭାବରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମଡି କହିଛି। ସମ୍ପୂର୍ଣ୍ଣ ରୂପେ ବାତ୍ୟାର ରୂପ ନେବା ବେଳକୁ ୧୪୫ କିଲୋମିଟର ବେଗରେ ପବନ ବୋହିପାରେ ବୋଲି ସୂଚନା ମିଳିଛି। ରବିବାର ସୁଦ୍ଧା ଏହି ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ କହିଥିବା ଖବର ସରବରାହ ସଂସ୍ଥା ଏଏନଆଇ କହିଛି।

ଉତ୍ତର ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ଏହାର ପ୍ରଭାବ ରହିବ ବୋଲି ଜଣାପଡ଼ିଛି। ସମୁଦ୍ରରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଜଣାପଡ଼ିଛି। ତେଣୁ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଏବଂ ଦକ୍ଷିଣ ଗୁଜରାଟ ଉପକୂଳରେ ମତ୍ସ୍ୟଜୀବୀଙ୍କୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

Related story