ବାଂଲାଦେଶରେ ପିଟି ହେଲା ଭାରତରେ ଖୋଳିଦେଲା, ମାରାତ୍ମକ ‘ମୋରା’ ଆଉ କ’ଣ କଲା

କୋଲକାତା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋରା’ର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ବାତ୍ୟା ‘ମୋରା’ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାଙ୍ଗଲାଦେଶ। କିନ୍ତୁ ବାଙ୍ଗଲାଦେଶ ସହିତ ଭାରତରେ ମଧ୍ୟ ‘ମୋରା’ ତାଣ୍ଡବ ରଚିଛି। ‘ମୋରା’ର ପ୍ରଭାବରେ ମିଜୋରାମରେ ଅଧିକ ବେଗରେ ପବନ ବହିବା ସହ ଭୂସ୍ଖଳନ ହୋଇଥିବା ଜଣାପଡିଛି, ଏହାସହ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ଘରୁ ବାହାରି ପାରୁନାହାଁନ୍ତି। ବିଜୁଳି ଓ ଦୂରସଞ୍ଚାର ମଧ୍ୟ ପ୍ରଭାବିତ ହୋଇଛି। ଭୁସ୍ଖଳନ ଯୋଗୁ […]

mizoram

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 06:28 PM IST

କୋଲକାତା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋରା’ର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ବାତ୍ୟା ‘ମୋରା’ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାଙ୍ଗଲାଦେଶ। କିନ୍ତୁ ବାଙ୍ଗଲାଦେଶ ସହିତ ଭାରତରେ ମଧ୍ୟ ‘ମୋରା’ ତାଣ୍ଡବ ରଚିଛି। ‘ମୋରା’ର ପ୍ରଭାବରେ ମିଜୋରାମରେ ଅଧିକ ବେଗରେ ପବନ ବହିବା ସହ ଭୂସ୍ଖଳନ ହୋଇଥିବା ଜଣାପଡିଛି, ଏହାସହ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ଘରୁ ବାହାରି ପାରୁନାହାଁନ୍ତି। ବିଜୁଳି ଓ ଦୂରସଞ୍ଚାର ମଧ୍ୟ ପ୍ରଭାବିତ ହୋଇଛି।

ଭୁସ୍ଖଳନ ଯୋଗୁ ମିଜୋରାମରେ ବହୁ ମାତ୍ରାରାରେ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ଏହାସହ ମଙ୍ଗଳବାର ଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ବର୍ଷା ଓ ପବନର ତାଣ୍ଡବ ଫଳରେ ମିଜୋରାମର ଜନଜୀବନ ପ୍ରଭାବିତ ହୋଇଛି। ଭୂସ୍ଖଳନ ଯୋଗୁ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ମିଳି ନ ଥିବା ବେଳେ ଅନେକ ଘର ଓ ଡାକ୍ତରଖାନା ପ୍ରଭାବିତ ହୋଇଛି।

Related story