ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ନେଲସନ୍ ମାଣ୍ଡେଲାଙ୍କର ଜଣେ ନାତିଙ୍କ ବିରୁଦ୍ଧରେ ଆସିଛି ଧର୍ଷଣ ଅଭିଯୋଗ। ଜଣେ ୧୫ ବର୍ଷୀୟ ଝିଅକୁ ଧର୍ଷଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆସନ୍ତା ସପ୍ତାହରେ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି କରିବେ। ସେଥିପାଇଁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।
ଅଗଷ୍ଟ ୭ ତାରିଖରେ ଏକ ହୋଟେଲର ଶୌଚାଳୟରେ ଝିଅଟିକୁ ସେ ଧର୍ଷଣ କରିଥିବା ଅଭିଯୋଗ ହୋଇଛି। ତେବେ ଦକ୍ଷିଣ ଆଫ୍ରିକାର ଆଇନ ଅନୁଯାୟୀ ଏହି ମାମଲାରେ ସେ ଦୋଷୀ ପ୍ରମାଣିତ ନହେବା ପର୍ଯ୍ୟନ୍ତ ତାଙ୍କ ନାଁ ପ୍ରକାଶ କରାଯାଇ ପାରିବ ନାହିଁ। ତେବେ ତାଙ୍କ ବୟସ ହେଉଛି ୨୪ ବର୍ଷ।