ସୋଲ୍: ଦକ୍ଷିଣ କୋରିଆରେ ବ୍ୟାପୁଥିବା ମର୍ସ ଜୀବାଣୁକୁ ଦୃଷ୍ଟିରେ ରଖି ୭୦୦ରୁ ଅଧିକ ସ୍କୁଲକୁ ବନ୍ଦ କରିଦିଆଯାଇଛି । କୋରିଆର ପର୍ଯ୍ୟଟନ ସଙ୍ଗଠନ କହିଛନ୍ତି ଯେ, ୭୦୦୦ ପର୍ଯ୍ୟଟକ ଦକ୍ଷିଣ କୋରିଆ ଯାତ୍ରା ସାମୁହିକ ଭାବେ ସ୍ଥଗିତ କରିଦେଇଛନ୍ତି। ସେଥିମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଚୀନ ଓ ତାଇବାନର ଥିଲେ। ମର୍ସ ଜୀବାଣୁରେ ବର୍ତ୍ତମାନ ସୁଦ୍ଧା ୩୫ ଲୋକ ସଂକ୍ରମିତ ହୋଇଥିବାବେଳେ ୨ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି। ମର୍ସ ଜୀବାଣୁ ଦିନକୁ ଦିନ ମାରାତ୍ମକ ରୂପ ନେଉଥିବାରୁ ଅନେକ ଲୋକ ନିଜର ଯାତ୍ରା ସ୍ଥଗିତ କରିଦେଇଛନ୍ତି ।
ଦକ୍ଷିଣ କୋରିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ, ମର୍ସ ଜୀବଣୁକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। ତେଣୁ ୭୦୦ରୁ ଅଧିକ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ପଡିଛି । ମର୍ସ ଭାଇରସରେ ଆଉ ୫ଜଣ ଲୋକ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଏହି ସଂଖ୍ୟ ବୃଦ୍ଧି ପାଇ ୩୫ରେ ପହଞ୍ଚିଛି।