ଡାଲ ହ୍ରଦରୁ ଦଳ ସଫା ପାଇଁ ୩୫୦ ନିଯୁକ୍ତ

ନୂଆଦିଲ୍ଲୀ: ଭାରତର ଭୁସ୍ବର୍ଗ କଶ୍ମୀର  ଅାକର୍ଷଣୀୟ ପ୍ରାକୃତିକ ଶୋଭା ପାଇଁ କାଶ୍ମୀର ସବୁଠାରେ ପରିଚିତ।   କିନ୍ତୁ ଏସବୁ ଭିତରେ ଡାଲ ହ୍ରଦର ଶୋଭା ନିଅାରା।   ଅାକର୍ଷଣୀୟ ପ୍ରାକୃତିକ ଦୃଶ୍ୟ ବହୁଦୁରରୁ ଟାଣିଅାଣେ ପର୍ଯ୍ୟଟକଙ୍କୁ।  ତେବେ ଦୀର୍ଘ ଦିନ ହେବ ଦଳରେ ପୁରି ରହିଥଲା ଡାଲ୍ ହ୍ରଦ୍ର।  ଏବେ କଶ୍ମୀର ସରକାର ଅାରମ୍ଭ କରିଛନ୍ତି  ଡାଲ୍ ସଫେଇ କାର୍ଯ୍ୟକ୍ରମ।   ହ୍ରଦରେ ଥିବା ସମସ୍ତ ଅାବର୍ଜନା କାଢି ପୁଣି ଥରେ ପ୍ରାକୃତିକ ଶୋଭା ଫେରାଇ ଅାଣିବା ପାଇଁ ଯୋଜନା ଚାଲିଛି […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 06:17 PM IST

ନୂଆଦିଲ୍ଲୀ: ଭାରତର ଭୁସ୍ବର୍ଗ କଶ୍ମୀର  ଅାକର୍ଷଣୀୟ ପ୍ରାକୃତିକ ଶୋଭା ପାଇଁ କାଶ୍ମୀର ସବୁଠାରେ ପରିଚିତ।   କିନ୍ତୁ ଏସବୁ ଭିତରେ ଡାଲ ହ୍ରଦର ଶୋଭା ନିଅାରା।   ଅାକର୍ଷଣୀୟ ପ୍ରାକୃତିକ ଦୃଶ୍ୟ ବହୁଦୁରରୁ ଟାଣିଅାଣେ ପର୍ଯ୍ୟଟକଙ୍କୁ।  ତେବେ ଦୀର୍ଘ ଦିନ ହେବ ଦଳରେ ପୁରି ରହିଥଲା ଡାଲ୍ ହ୍ରଦ୍ର।  ଏବେ କଶ୍ମୀର ସରକାର ଅାରମ୍ଭ କରିଛନ୍ତି  ଡାଲ୍ ସଫେଇ କାର୍ଯ୍ୟକ୍ରମ।   ହ୍ରଦରେ ଥିବା ସମସ୍ତ ଅାବର୍ଜନା କାଢି ପୁଣି ଥରେ ପ୍ରାକୃତିକ ଶୋଭା ଫେରାଇ ଅାଣିବା ପାଇଁ ଯୋଜନା ଚାଲିଛି ।

କଇଁ ଦଳ ଗୁଡିକୁ ଡଙ୍ଗାରେ ବାହାରକୁ ବାହାର କରାଯାଉଛି।   କେଉଁଠି ଲୋକମାନେ ସଫା କରୁଛନ୍ତି ତ’ ଅାଉ କେଉଁଠି ମେସିନ।   ଡାଲ ହ୍ରଦକୁ ଅାବର୍ଜାନା ମୁକ୍ତ କରିବା ପାଇଁ ଚାଲିଛି ଯୋରଦାର ପ୍ରୟାସ। ଡାଲ୍ ହ୍ରଦର ପ୍ରାକୃତିକ ଶୋଭା ବଢାଇବା ପାଇଁ ଯୋଜନା କରିଛନ୍ତି ଜମ୍ମୁ ଓ କଶ୍ମୀର ସରକାର।   ହ୍ରଦରୁ ଦଳ ସଫା କରିବା ପାଇଁ ପ୍ରାୟ ୩ ଶହରୁ ୩୫୦ ଜଣଙ୍କୁ ନିଯୁକ୍ତ କରାଯାଇଛି।   ସଫେଇ କାମ ଶୀଘ୍ର କରିବା ପାଇଁ ହ୍ରଦକୁ ୩୨ଟି ଅଂଶରେ ଭାଗ କରିଯାଇଛି।   ହ୍ରଦକୁ ସମ୍ପୂର୍ଣ୍ଣ ଅାବର୍ଜନା ମୁକ୍ତ କରିବା ଯାଏଁ କାମ ଯାରି ରହିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି

Related story