ଦରମା ନେଇ ଦିଲ୍ଲୀ ମେଟ୍ରୋ କର୍ପୋରେସନର ଓଡିଆ କର୍ମଚାରୀଙ୍କ ଅନଶନ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ କର୍ପୋରେସନ ଅଧୀନରେ କାର୍ଯ୍ୟ କରୁଥିବା ଓଡିଆ କର୍ମଚାରୀ ଅନଶନ କରିଛନ୍ତି। ଜନ୍ତରମନ୍ତରରେ ଅନଶନରେ ବସିଥିବା ଏହି କର୍ମଚାରୀ ଅଭିଯୋଗ କରିଛନ୍ତି ଯେ ନିଯୁକ୍ତି ସମୟରେ ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଦରମା ପ୍ରଦାନ କରାଯାଉନାହିଁ। ଏ ନେଇ ସେମାନେ ବାରମ୍ୱାର ଉପର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ଅନଶନରେ ବସିଛନ୍ତି। ଦାବି ପୂରଣ ନହେବା ଯାଏଁ ଅନଶନ ଜାରି ରହିବ ବୋଲି ସେମାନେ କହିଛନ୍ତି।

labour

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 08:16 AM IST

Related story