ଦେଶର ସମ୍ପତ୍ତି ଗାନ୍ଧୀ ପରିବାର ନାମରେ ନ ରଖିବା ଦରକାର: ଋଷି କପୁର

ମୁମ୍ବାଇ: ଫିଲ୍ମ ଅଭିନେତା ଋଷି କପୁର ଆଜି ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଦେଶର ବହୁତ ସମ୍ପତ୍ତି ଗାନ୍ଧୀ ପରିବାର ନାଁରେ ଅଛି। ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ ଗାନ୍ଧୀ ପରିବାର ନାଁରେ ଅଛି। ଏହା କ’ଣ ଭଗତ ସିଂ ନାମରେ  ରଖାଯାଇପାରି ନଥାନ୍ତା?” ସେ ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀର ରାସ୍ତା ବଦଳିଯାଉଛି। କଂଗ୍ରେସର  ସମ୍ପତ୍ତିର ନାମ କ’ଣ ବଦଳିପାରିବ ନାହିଁ? କଂଗ୍ରେସ ନାମକୁ ଗାନ୍ଧୀ ପରିବାର ଦେଇଥିବାରୁ ତାକୁ ବଦଳାଇଦେବା ଦରକାର।” ସେ ଆହୁରି […]

rishi-kapoor

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 10:03 AM IST

ମୁମ୍ବାଇ: ଫିଲ୍ମ ଅଭିନେତା ଋଷି କପୁର ଆଜି ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଦେଶର ବହୁତ ସମ୍ପତ୍ତି ଗାନ୍ଧୀ ପରିବାର ନାଁରେ ଅଛି। ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ ଗାନ୍ଧୀ ପରିବାର ନାଁରେ ଅଛି। ଏହା କ’ଣ ଭଗତ ସିଂ ନାମରେ  ରଖାଯାଇପାରି ନଥାନ୍ତା?”

ସେ ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀର ରାସ୍ତା ବଦଳିଯାଉଛି। କଂଗ୍ରେସର  ସମ୍ପତ୍ତିର ନାମ କ’ଣ ବଦଳିପାରିବ ନାହିଁ? କଂଗ୍ରେସ ନାମକୁ ଗାନ୍ଧୀ ପରିବାର ଦେଇଥିବାରୁ ତାକୁ ବଦଳାଇଦେବା ଦରକାର।”

ସେ ଆହୁରି ମଧ୍ୟ କହିଛନ୍ତି,“ଦେଶର ମୂଲ୍ୟବାନ ସମ୍ପତ୍ତିର ନାମ ଗୁଡିକ ଦିଲୀପ କୁମାର, ଦେବ ଆନନ୍ଦ, ଅଶୋକ କୁମାର, ଅମିତାଭ ବଚ୍ଚନଙ୍କ ନାମରେ ରଖିବା ଦରକାର।  କାରଣ ସେମାନେ ଦେଶପାଇଁ  ଓ ଜାତି ପାଇଁ କିଛି କାମ କରିଛନ୍ତି। କିନ୍ତୁ ଗାନ୍ଧୀ ପରିବାରର ନାମ ନ ରହିବା ଦରକାର।”

Related story