ନୂଆଦିଲ୍ଲୀ: ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଝିଅ ତାଙ୍କ ଚାକିରିରୁ ୫ ମାସ ଛୁଟି ନେଇଛନ୍ତି। ତାଙ୍କ ଝିଅ ହରସିତ କେଜ୍ରିଓ୍ୱାଲ ଏବେ ଏକ ଏମଏନସି କମ୍ପାନୀରେ ଚାକିରି କରୁଛନ୍ତି। ଗତକାଲି ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏହି ସୂଚନା ଦଳୀୟ କର୍ମୀଙ୍କୁ ଦେଇଛନ୍ତି।
ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀର ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ତେଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଝିଅ ହରସିତ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ହରସିତ ଦିଲ୍ଲୀ ଆଇଆଇଟିରୁ ଗ୍ରାଜୁଏଟ ହେବା ପରେ ଏମଏନସି କମ୍ପାନୀରେ ଚାକିରି କରୁଛନ୍ତି।