ରାଷ୍ଟ୍ରପତି ଭବନରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟର୍ସରୁ ମିଳିଛି ଜଣେ ବ୍ୟକ୍ତିଙ୍କ ମୃତଦେହ।  ଶବ ଉଦ୍ଧାର ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୋଲିସ ଏହି ମୃତଦେହକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରିଛି। ଡିସିପି କହିଛନ୍ତି, ଗାନ୍ଧିନଗର ଅଞ୍ଚଳ ସର୍ଭେଣ୍ଟ କ୍ୱାର୍ଟର୍ସରେ ରହୁଥିବା ତ୍ରିଲୋକ ଚାନ୍ଦ ମୃତ୍ୟୁବରଣ କରିଛନ୍ତି। ଯେଉଁ ଘରୁ ମୃତଦେହ ମିଳିଲା ତାହା ଭିତର ପାର୍ଶ୍ୱରୁ ବନ୍ଦ ଥିଲା। ଏହି ବ୍ୟକ୍ତିଙ୍କ ମୃତ୍ୟୁ ଦୁଇଦିନ ତଳେ ହୋଇସାରିଥିଲା ବୋଲି ସେ କହିଛନ୍ତି । ସେ […]

19travel-rb3

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 11:26 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟର୍ସରୁ ମିଳିଛି ଜଣେ ବ୍ୟକ୍ତିଙ୍କ ମୃତଦେହ।  ଶବ ଉଦ୍ଧାର ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୋଲିସ ଏହି ମୃତଦେହକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରିଛି।

ଡିସିପି କହିଛନ୍ତି, ଗାନ୍ଧିନଗର ଅଞ୍ଚଳ ସର୍ଭେଣ୍ଟ କ୍ୱାର୍ଟର୍ସରେ ରହୁଥିବା ତ୍ରିଲୋକ ଚାନ୍ଦ ମୃତ୍ୟୁବରଣ କରିଛନ୍ତି। ଯେଉଁ ଘରୁ ମୃତଦେହ ମିଳିଲା ତାହା ଭିତର ପାର୍ଶ୍ୱରୁ ବନ୍ଦ ଥିଲା। ଏହି ବ୍ୟକ୍ତିଙ୍କ ମୃତ୍ୟୁ ଦୁଇଦିନ ତଳେ ହୋଇସାରିଥିଲା ବୋଲି ସେ କହିଛନ୍ତି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ ବୋଲି ତାଙ୍କ ସାଙ୍ଗରେ କାମ କରୁଥିବା ଲୋକମାନେ କହୁଥିଲେ। ହେଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ଏହି ଘଟଣା ସମ୍ପର୍କ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related story