ଏନସେଫାଲାଇଟିସରେ ଆକ୍ରାନ୍ତ ହୋଇ ୧୪ ଶିଶୁଙ୍କ ମୃତ୍ୟୁ, ୩୮ ଜଣ ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାରରେ ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)ରେ ଆକ୍ରାନ୍ତ ହୋଇ ୧୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏବେ ବି ୧୨ରୁ ଅଧିକ ଛୋଟ ଛୁଆ ଜ୍ୱର ଓ ଏଇଏସରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ବିହାରର ମୁଜାଫରନଗର ଜିଲ୍ଲାରେ ଥିବା ଶ୍ରୀକ୍ରିଷ୍ଠା ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ୩୮ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ସମସ୍ତ ରୋଗୀଙ୍କ ରକ୍ତରେ ଗ୍ଲୁକୋଜର ମାତ୍ରା ଅଧିକ ରହୁଥିବା ଜଣାପଡ଼ିଛି। […]

Encephalitis

Subhransu Sekhar
  • Published: Sunday, 09 June 2019
  • , Updated: 09 June 2019, 01:10 PM IST

ପାଟନା: ବିହାରରେ ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)ରେ ଆକ୍ରାନ୍ତ ହୋଇ ୧୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏବେ ବି ୧୨ରୁ ଅଧିକ ଛୋଟ ଛୁଆ ଜ୍ୱର ଓ ଏଇଏସରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ବିହାରର ମୁଜାଫରନଗର ଜିଲ୍ଲାରେ ଥିବା ଶ୍ରୀକ୍ରିଷ୍ଠା ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ୩୮ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ସମସ୍ତ ରୋଗୀଙ୍କ ରକ୍ତରେ ଗ୍ଲୁକୋଜର ମାତ୍ରା ଅଧିକ ରହୁଥିବା ଜଣାପଡ଼ିଛି। ହସ୍ପିଟାଲରେ ଅଧୀକ୍ଷକ ସୁନୀଲ ଶାହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି।

କଲେଜର କ୍ରିଟିକାଲ କେୟାର ୟୁନିଟର ମୁଖ୍ୟ ଡାକ୍ତର ଗୋପାଲ ସାହନୀ କହିଛନ୍ତି ବାୟୁମଣ୍ଡଳରେ ତାପମାତ୍ରା ଓ ଆଦ୍ରତା ବଢ଼ିବା କାରଣରୁ ମଣିଷ ଶରୀରରେ ଥିବା ଝାଳ ବାହାରିପାରେ ନାହିଁ। କିଛି ଦିନ ହେବ ଆଦ୍ରତା ୫୦ ପ୍ରତିଶତରୁ ଅଧିକ ରହିଛି। ଛୋଟ ଛୁଆଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବାରୁ ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମରେ ଅଧିକାଂଶ ଛୋଟଛୁଆ ଆକ୍ରାନ୍ତ ହେଉଛନ୍ତି।

ଏନସେଫାଲାଇଟିସ ଏକ ଭାଇରାଲ ଜ୍ୱର। ଏହାଦ୍ୱାରା ଜ୍ୱର ସହିତ ପ୍ରବଳ ମୁଣ୍ଡ ବିନ୍ଧିଥାଏ।

Related story