୪ ବର୍ଷର ଶିଶୁପୁତ୍ରକୁ ହତ୍ୟା ଘଟଣା: ୩ ଜଣଙ୍କୁ ମୃତ୍ୟୁଦଣ୍ଡ

ଶିମଲା: ବହୁଚର୍ଚ୍ଚିତ ୨୦୧୪ ମସିହା ୪ ବର୍ଷର ଶିଶୁପୁତ୍ର ହତ୍ୟାକାଣ୍ଡରେ ଆଜି ଶିମଲା ସେସନ୍ସ କୋର୍ଟ ୩ ଜଣ ଯୁବକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତମାସରେ ସେସନ୍ସ କୋର୍ଟ ଚାନ୍ଦ୍ରେ ଶର୍ମା, ବିକ୍ରାନ୍ତ ବାଖ୍‌ସି ଓ ତେଜିନ୍ଦର ସିଂହକୁ ଏହି ହତ୍ୟାକାଣ୍ଡ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। 
 
ଏହି ୩ଜଣ ୪ ବର୍ଷୀୟ ୟୁଗ ଗୁପ୍ତାଙ୍କୁ ଶିମଲାର ଏକ ଜନଗହଳିପୂର୍ଣ୍ଣ ମାର୍କେଟରୁ ଅପହରଣ କରିବା ପରେ ହତ୍ୟା କରିଥିଲେ। ୨୦୧୪ ମସିହା ଜୁନ୍‌ ୧୪ରେ ଏହି ଅପହରଣ ଓ ହତ୍ୟା ଘଟଣା ଘଟିଥିଲା। ଅପହରଣକାରୀମାନେ ୟୁଗଙ୍କୁ ୭ ଦିନ କାଳ ପଣବନ୍ଦୀ ରଖିବା ସହ ନାନା ପ୍ରକାରର ନିର୍ଯାତନା ଦେଇଥିଲେ। 
 
ଏପରି କି ସେମାନେ ୟୁଗଙ୍କୁ ମଦ ମଧ୍ୟ ପିଆଇଥିଲେ। ପରେ ସେମାନେ ୟୁଗର ଶରୀରକୁ ନିର୍ମମ ଭାବେ ଏକ ପଥରରେ ଛେଚିବା ପରେ ତାଙ୍କୁ ଅର୍ଦ୍ଧମୃତ ଅବସ୍ଥାରେ ପାଣି ଟାଙ୍କିରେ ଫୋପାଡ଼ି ଦେଇଥିଲେ। କିନ୍ତୁ ଶିଶୁପୁତ୍ର ୟୁଗଙ୍କ ମୃତଦେହ ୨ ବର୍ଷ ପରେ ଠାବ ହୋଇଥିଲା।
 
 ୟୁଗଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ପରିବାର ଲୋକଙ୍କୁ ୩.୬ କୋଟି ଟଙ୍କା ଦେବାକୁ ଚିଠି ମିଳିଥିଲା। ପୁଲିସ୍‌ ଏହି ଚିଠିକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। 
 
ପୁଲିସ୍‌  ବିକ୍ରାନ୍ତ ବାଖ୍‌ସି ନାମକ ଜଣେ ଅଭିଯୁକ୍ତଙ୍କୁ ଜେରା କରିବା ପରେ ୨୦୧୬ ଅଗଷ୍ଟ ମାସରେ ୟୁଗଙ୍କ ଗଳିତ ମୃତଦେହ ଜବତ କରିଥିଲା। ଏହି ଘଟଣାକୁ ନେଇ ଶିମଲାରେ ବ୍ୟାପକ ଜନ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶିତ ହେବା ସହ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରାଯାଇଥିଲା। 

ଆହୁରି ପଢ଼ନ୍ତୁ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ସୁଶାନ୍ତ ସିଂହ ଓ ତାଙ୍କ ବାପାଙ୍କ ସହ ସମ୍ପର୍କ ଠିକ୍ ନଥିଲା: ଶିବସେନା

ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

ରିୟାଙ୍କୁ ପୁଣି ଡାକିଲା ଇଡି

ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ

ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ

ଆଇଏଏସ୍ ପାଇଥିବା ଐଶ୍ୱର୍ଯ୍ୟାଙ୍କ ନାଁରେ ୧୬ଟି ଫେକ୍ ଆକାଉଣ୍ଟ, ମାମଲା ରୁଜୁ

କୋଭିଡ୍ କେୟାର ସେଣ୍ଟରରେ ଲାଗିଗଲା ନିଆଁ, ୯ ମୃତ

ସଞ୍ଜୟ ଦତ୍ତ ଲୀଳାବତି ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା

ଅଧା ରହିଗଲା ମା’ଙ୍କ ଜନ୍ମଦିନ ସରପ୍ରାଇଜ୍‌…